Uncategorizedକବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅଭିନନ୍ଦନ by Sunil Chandra NayakJuly 22, 20220254 Share0 ଅଭିନନ୍ଦନ ଓଡ଼ିଶା ମାଟିର ପାହାଡି କନ୍ୟା ଘେନ ହେ ଅଭିନନ୍ଦନ ତୁମ ଲାଗି ଆଜି ଓଡ଼ିଆ ଗର୍ବିତ ଉତ୍ଫୁଳିତ ସର୍ବ ମନ ।। ପଞ୍ଚଦଶ ତମ ରାଷ୍ଟ୍ର ପତି ଭାବେ ହେଲ ଆଜି ନିର୍ବାଚିତ କର୍ତ୍ତବ୍ୟ କର୍ମରେ ସଦା ଧୁରନ୍ଧର ଜିଣିଛ ସଭିଙ୍କ ହୃଦ ।। ମୟୂରଭଞ୍ଜ ର ରାଇ ରାଙ୍ଗପୂର ହୋଇ ଗଲା ଆଜି ଧନ୍ୟ ଅଖ୍ୟାତ ପଲ୍ଲୀର ଲଳନା ତୁମେ ଟି ରାଷ୍ଟ୍ରପତି ମହାମାନ୍ୟ ।। ଜୀବନରେ କେବେ ପଛକୁ ହଟିନ ଚାଲିଥିଲ ମଥା ଟେକି ଜୀବନ ଜଞ୍ଜାଳ ଦୁଃଖ ଜର୍ଜରିତ ଶୁଣିଲେ ଭିଜଇ ଆଖି।। ଜଗନ୍ନାଥ ପ୍ରଭୁ ସଦୟ ହୁଅନ୍ତୁ କର୍ମ ପଥ କୁସୁମିତ ରାଷ୍ଟ୍ରର ପ୍ରଗତି ଶୀର୍ଷ ସ୍ୱର୍ଶ କରୁ ମହାମାନ୍ୟା ପ୍ରଣିପାତ।। କବି ରାମଚନ୍ଦ୍ର ମହାନ୍ତି ଗଞ୍ଜାମ