ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସ୍ମିତା ସାହୁ ଙ୍କ କବିତା ଏକାଦଶୀ

   ଏକାଦଶୀ 

ଶୁଭମ୍ କଲ୍ୟାଣ ମଙ୍ଗଳ ଭବତୁ,
ହରିଙ୍କ ସାନ୍ନିଧ୍ୟେ ଏକାଦଶୀ ହୁଏ,
ଠାକୁର ବସିଥାନ୍ତି ରଥ ଉପରେ,
ଏକାଦଶୀ ବ୍ରତଟି ପ୍ରାରମ୍ଭ ହୁଏ।।
              ବରଷକେ ବାରମାସେ ଚବିଶିଟି,
              ବ୍ରତକୁ ପାଳନ୍ତି ଶ୍ରଦ୍ଧାଳୁ ସଭିଏଁ,
              ମର୍ମକୁ ଜାଣିବା ବିଲୀନ ହୋଇବା,
              ବିଷ୍ଣୁଙ୍କ ସମୀପ ଭାବନା ବୁଝାଏ।।
ବହୁ ଆଡମ୍ବର ଲଘୁକ୍ରିୟା ଘଟି,
ମାନବ ଏହାକୁ ତୁଚ୍ଛ ଯେ କରୁଛି,
ଜାଣିବି ଅଜଣା ବିଧିର ବିଧାନ,
ଜ୍ଞାନୀ ଗୁଣୀ ହୋଇ ଅଜ୍ଞାତ ସାଜିଛି।।
             ପ୍ରଭୁପାଦ ତଳେ ସର୍ମପଣ ହେବା,
             ଏକାନ୍ତ ବାସରେ ଶକ୍ତିହିଁ ଲୁଚିଛି,
             ହୃଦୟ ମନ୍ଦିରେ ଭକ୍ତି କୁ ବିରାଜି,
            ଏକାକୀ ମନରେ ଦର୍ଶନ ମିଳୁଛି।।
  ସ୍ୱାଦିଷ୍ଟ ଭୋଜନ ନୁହଁ ହିଁ ସାଧନ,
ସାତ୍ବିକ ଆହାର ଏହାର ପାଳନ,
 ଚିତ୍ତକୁ ନିର୍ମଳ କରିବା ମହାନ୍,
ଆତ୍ମାକୁ ପବିତ୍ର ମନର ଉଦ୍ୟାନ।।
         ଉପଭୋଗ ଆଶ୍ରିତ ନୁହେଁ ସାଧିତ,
         ତପସ୍ୟା ଅନ୍ତରାଳେ ବସ୍ତୁ ବିଶେଷ,
        ଗୁଆ ଘିଅ ହାଲୁଆ ଫଳ ଭିନ୍ନତ,
       ମୂଲ୍ୟ ହୀନ ଉପବାସ କରେ ଶେଷ।।

ମଧୁସ୍ମିତା ସାହୁ,

ବ୍ରହ୍ମା ନଗର ପ୍ରଥମ ଗଳି,
 ବ୍ରହ୍ମପୁର ,ଜିଲ୍ଲା-ଗଞ୍ଜାମ,ଓଡ଼ିଶା
 

Related posts

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

Sunil Chandra Nayak

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

Sunil Chandra Nayak

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

Leave a Comment

error: Content is protected !!