ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧବା ମହିଳାଙ୍କ ଘରୁ ଚୋରୀ ଘଟଣା,ଚାରି ଗିରଫ

ତେନ୍ତୁଳିଖୁଣ୍ଟି – ୨୭/୦୭/୨୨ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗ୍ରାମରେ ରହୁଥୁବା ଜଣେ ବିଧବା ମହିଳାଙ୍କ ଘରୁ ଚୋରୀ ହୋଇଥିବା ଘଟଣା ରେ ପୁଲିସ ଚାରିଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥୁବା ସୂଚନା ଦେଇଛି ! ଆଜି ତେନ୍ତୁଳିଖୁଣ୍ଟି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ କୁମାର ସେନ, ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ଉମେଶ ଚନ୍ଦ୍ର ନାୟକ, ଏଏସଆଇ ତୁଳସୀ ରାମ ପୂଜାରୀ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି ! ସୂଚନା ଅନୁଯାୟୀ କାମତା ଗ୍ରାମର ବିଧବା ମହିଳା ରୁକ୍ମଣୀ ଗାଦ୍ୱାଙ୍କ ଘରୁ ଚଳିତ ମାସ 22 ତାରିଖ ରାତ୍ରରେ କିଛି ଦୁର୍ବୁର୍ତ୍ତ ଘର ତାଲା ଭାଙ୍ଗି ଦୁଇଟି ବକ୍ସ, ଅଧଭରି ସୁନା ଗହଣା 6 ଗୋଟି ଷ୍ଟିଲ ହାଣ୍ଡି, ଚାରୋଟି ଗ୍ଲାସ ସମେତ 22 ହଜାର ଟଙ୍କା ଚୋରୀ କରି ନେଇଥୁବା ନେଇଁ ରୁକ୍ମଣୀ 23 ତାରିଖ ଦିନ କାମତା ଫାଣ୍ଡିରେ ଏକ ଏତଲା ଦାୟର କରିଥିଲେ ! ରୁକ୍ମଣୀ ଙ୍କ ଏତଲା ଗ୍ରହଣ କରି ପୁଲିସ ତାର ତଦନ୍ତ ଚଳାଇଥିଲା ! ତେବେ ଆଜି ପୁଲିସ କୁ ସଫଳତା ମିଳିଛି ! ଚୋରୀ ଘଟଣା ରେ ସମ୍ପୃକ୍ତ ଚାରିଜଣ ଦୁର୍ବୁର୍ତ୍ତ ଙ୍କୁ ଗିରଫ କରିଛି ! ସମ୍ପୃକ୍ତ ଦୁର୍ବୁର୍ତ୍ତ ମାନେ କାମତା ଗ୍ରାମର ଦିବାନ ନାୟକ (48) କମଳ ଲୋମଳ ଯାନୀ(28) ବନମାଳୀ ବାଘ (45) ଓ ମନଧର ହରିଜନ(23) ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ! ଦୁର୍ବୁର୍ତ୍ତ ଙ୍କ ଠାରୁ 15 ଗୋଟି ଶାଡି,ଗୋଟିଏ ବକ୍ସ,ଦୁଇଟି ଷ୍ଟିଲ ହାଣ୍ଡି ଏବଂ 2 ହଜାର ଟଙ୍କା ପୁଲିସ ଜବତ କରିଛି ! ସମସ୍ତ ଙ୍କ ଡାକ୍ତରୀ ମାଇନା ପରେ ଆଜି କୋର୍ଟ ଚାଲାଣ କରାଯାଇଥୁବା ଏସଡିପିଓ ଶ୍ରୀ ସେନ ପ୍ରକାଶ କରିଛନ୍ତି ! ତେବେ ଦୁର୍ବୁର୍ତ୍ତ ମାନେ ଚୋରୀ କରିଥୁବା ବିଷୟ ପୁଲିସ ସମ୍ମୁଖରେ ରାଜି ହୋଇଥୁବା ସହ 10 ହଜାର ଟଙ୍କା ଜୁଆ ଖେଳି ହାରିଯାଇଥୁବା ପୁଲିସ ସୂଚନା ଦେଇଛି ! ଏନେଇଁ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ 127/22 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି, ଏଏସଆଇ କେଦାରନାଥ ରାଉତ କେଶର ତଦନ୍ତ କରୁଛନ୍ତି !

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା  ରଜ ତତ୍ତ୍ୱ

Sunil Chandra Nayak

Leave a Comment

error: Content is protected !!