ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ

ରୁପ୍ରା ,୨୯/୭(ମନିସ): ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁରସ୍ଥିତ ଶୂଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ୍ ପ୍ରେସ୍ ଆସୋସିଏସନ୍ ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଓଜେୟୁର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଓ କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ବାଇଁ ଯୋଗ ଦେଇଥିଲେ । ପ୍ରେସ୍ ଏସୋସିଏସନ୍ ସଂପାଦକ ଅଜୟ କୁମାର ସେନାପତି ବୈଠକର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତିଷ୍ଠିତ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ କିଛିଦିନ ତଳେ ହୋଇଥିବା ଆକ୍ରମଣ ଉପରେ ତୀବ୍ର ନିନ୍ଦା କରାଯାଇଥିଲା । ସମ୍ବାଦିକ ବୃତ୍ତି ଆଜି ଅସୁରକ୍ଷିତ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ସାମ୍ବାଦିକ ମାନଙ୍କ ବିରୁଦ୍ଧରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବିଭିନ୍ନ ଅଣ ପଞ୍ଜିକୃତ ଗଣମାଧ୍ୟମ ସାହାଯ୍ୟରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କୁ ବଦନାମ୍ କରିବା ସହ ମିଥ୍ୟା ଓ ଅସାମ୍ବିଧାନିକ ଶବ୍ଦ ପ୍ରୟୋଗକରୁଥିବା ଦ୍ୱାରା ଉକ୍ତ ବୈଠକରେ ନିନ୍ଦା କରାଯାଇଥିଲା । ତେଣୁ ଆଗାମୀ ଦିନରେ ଯଦି ଏହିପରି ଘଟଣା ନଜରକୁ ଆସେ ତାହେଲେ ସଂଘ ତରଫରୁ ଥାନା ଓ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆଙ୍କ ଦପ୍ତରରେ ଅଭିଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଖବର ସଂଗ୍ରହରେ ସଂଯମତା ଓ ସମ୍ବାଦ ପରିବେଷଣରେ ଶାଳୀନତା ରକ୍ଷା କରିବାକୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ସମସ୍ତ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ସେହିପରି ସଚେତନ ନାଗରିକ ଥବିରାମ ବୁଦ୍ଧିଆ, କୁମୁଦ ନାଏକ, ନଗେନ୍ଦ୍ର ପଧାନ ଓ ନରସିଂହ ଥାପା ପ୍ରମୁଖ ଯୋଗଦାନ କରିଥିଲେ । ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇ ସଂଘର ନିତି ନିୟମକୁ ପାଳନ କରିବାକୁ ଶପଥ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସଂଘକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଚାନ୍ଦ, ମନୋଜ କୁମାର ଷଡ଼ଙ୍ଗୀ, ତ୍ରିଲୋଚନ ଗୌଡ, ପ୍ରଦୀପ କୁମାର ଗୌଡ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଡୋଲାମଣି ସାହୁ, ଚିନ୍ତାମଣି ନାଏକ, ଶୁଭମ ରୋହିଲା, ଖଗେଶ୍ବର କୁମାର, ଗଣେଶ ଭୋଇ, ତପନ ସାହୁ, ବାବୁଲାଲ, ନୀଳକଣ୍ଠ ବେହେରା, ସଞ୍ଜିବ ଦାସ , ଅଜୟ ପଣ୍ଡା ଓ ‘ସମ୍ୱାଦ’ ବିତରକ କୈଳାସ ସାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଶାନ୍ତନୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମୋ ପ୍ରିୟା ଗାଁ____

Sunil Chandra Nayak

Leave a Comment

error: Content is protected !!