ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତି ମୃତ

କୋଷାଗୁମୁଡା,୧।୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ କାନାଗୁଡା ଗ୍ରାମରେ ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତିିଙ୍କ  ମୃତ ଘଟିଛି । ମୃତକ ଦୁହେଁ ହେଲେ ଜେଜେବାପା ଲବ ହରିଜନ (୬୪) ଓ ତାଙ୍କ ୯ ବର୍ଷର ନାତି ସୂରଜ ହରିଜନ । ସୂଚନା ଅନୁଯାୟୀ ଦୁହେଁ ଚାଷ ଜମିକୁ ଯାଇଥିଲେ l ଅପରାହ୍ନରେ ଚାଷ କାର୍ଯ୍ୟ ସାରି ବଳଦକୁ ଗାଧୋଇବା ପାଇଁ ଜେଜେବାପା-ନାତି ନିକଟସ୍ଥ ଛଞ୍ଚାଣକୋଟ ସ୍ଥିତ ପୋଖରୀକୁ ଯାଇଥିଲେ l ପୋଖରୀରେ ନାତି ଗୋଡ ଖସିଯିବାରୁ ବୁଡି ଯାଇଥିଲା l ନାତି କୁ ଉଦ୍ଧାର କରିବା ବେଳକୁ ଜେଜେ ବାପା ମଧ୍ଯ ବୁଡି ଯାଇଥିଲେ l ବହୁ ସମୟ ହେବI ପରେ ସେମାନେ ଘର କୁ ନ ଫେରିବାରୁ ପୋଖରୀରେ ପରିବାର ବର୍ଗ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ l ଲୋକେ ସେମାନଙ୍କ ପିନ୍ଧିଥିବା କପଡା କୁ ଦେଖି ଅଗ୍ନିଶମ ବାହିନୀଙ୍କୁ ଡାକିଥିଲେ l କୋଷାଗୁମୁଡା ଅଗ୍ନିଶମ ବାହିନୀ ପହଂଚି ପୋଖରୀରେ ଖୋଜିଲା ପରେ ପ୍ରଥମେ ନାତି ସୂରଜ ଓ ପରେ ଜେଜେବାପା ଲବ ହରିଜନଙ୍କୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ସ୍ଥାନୀୟ ଅଞ୍ଚଳରେ ସକାକୁଳ ପରିବେଶ ଛାଇଯାଇଛି । ଏନେଇ କୋଷାଗୁମୁଡା ଥାନା ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବl ପରେ ପରିବାର କୁ ହସ୍ତାନ୍ତର କରାଯିବ I

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ବିଶ୍ବସ୍ତରୀୟ ଜାତୀୟ ମହାମିଳନରେ ବାରିପଦା

Sunil Chandra Nayak

Leave a Comment

error: Content is protected !!