ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ବୋଲ ବମ୍

ବୋଲ ବମ୍

  ଶ୍ରାବଣ ମାସର ଚାରି ସୋମବାର
      ଶୈବପୀଠେ ଗହଳ ଭକ୍ତଙ୍କର
କାଉଡ଼ିଆ ମାନେ ଜଳଭାର ନେଇ
       ଢାଳିବେ ଶିବ ମସ୍ତକ ଉପର ।
କାଉଡିଆ ମାନେ ବହୁ ପଥ ଯାଆନ୍ତି
      ଖାଲି ପାଦେ ଚାଲି ଚାଲି
ମନେ ଶିବ ମନ୍ତ୍ର ବୋଲବମ୍ କହି
       ନିଜ ସୁଖ ସ୍ବାର୍ଥକୁ ଭୁଲି ।
ଶଙ୍କରଙ୍କ ଦୟା ରହିଥିଲେ ସଦା
       ବାଧା ବିଘ୍ନ ଦୂର ହୁଏ
ଭକତି ଭାବରେ ଶିବଙ୍କୁ ପୂଜିଲେ
       ମନକାମନା ପୂର୍ଣ୍ଣ ହୁଏ ।
କାଉଡ଼ିଆ ମାନେ କାନ୍ଧେ ଭାର ନେଇ
      ଯାଆନ୍ତି ବହୁ ପଥ ଦୂର
ଭୋକ ଲାଗେ ନାହିଁ ଶିବଙ୍କ ଆଶିଷେ
        ସକଳ ଦୁଃଖ ହରିଥାନ୍ତି ଶଙ୍କର ।
ସତ୍ୟ ଶିବ ସୁନ୍ଦର ପ୍ରଭୁ ତ୍ରିଲୋଚନ
      ସକଳ ଦୁର୍ଗତି ହରିଥାନ୍ତି ନିରନ୍ତର
ଭକ୍ତଙ୍କ ପାଶେ ସଦା ତାଙ୍କ ବେଭାର
        ପ୍ରଭୁଙ୍କ କରୁଣା ଅସୀମ ଅପାର ।

ଶ୍ରୀନିବାସ ପଣ୍ଡା,

ଗଞ୍ଜାମ 

Related posts

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ହେ ନୀଳାଦ୍ରି ନାଥ

Sunil Chandra Nayak

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

Leave a Comment

error: Content is protected !!