ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଥୁଆମୂଳ ରାମପୁର ବ୍ଳକ ଘେରାଓ

ଥୁଆମୂଳ ରାମପୁର:୪/୮- କେନ୍ଦ୍ର ର ବିଜେପି ଓ ରାଜ୍ଯର ବିଜେଡି ସରକାର ଙ୍କ ବୈମାତୃକ ମନୋଭାବ ତଥା ଜିଲ୍ଲା ପ୍ରଶାସନ କ୍ରମାଗତ ଅବହେଳା ବିରୋଦ୍ଧରେ ଆଜି ୪/୮ ୨୦୨୨ ଗୁରୁବାର ଦିନ ଥୁଆମୂଳ ରାମପୁର ବ୍ଳକ କାର୍ଯ୍ୟାଳୟ ଘେରାଓ କରିଛି କଂଗ୍ରେସ ଦଳ। କେନ୍ଦ୍ର ସରକାର ସାଧାରଣ ଗରିବ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୃତି ଦେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଗ୍ୟାସ୍ , ଡିଜେଲ, ପେଟ୍ରୋଲ,ଆଦିର ଦରଦାମ ବୃଦ୍ଧି କରି ଲୋକଙ୍କୁ ହୋଇରାଣ ହରକତ କରୁଛନ୍ତି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହେଉଛି। ଏବଂ ରାଜ୍ୟରେ ୨୨ ବର୍ଷ ଶାସନ ଗାଦିରେ ବସିଥିବା ମୁକବଧିର ବିଜେଡି ସରକାର ଅଞ୍ଚଳର ପ୍ରକୃତ ସମସ୍ୟା ର ସମାଧାନ ଯଥା ଶିକ୍ଷା, ସ୍ବାସ୍ଥ୍ୟ ଗମନା ଗମନ, ବିଦ୍ୟୁତ୍, ପାନୀୟଜଳ, ଆଦି ସମସ୍ୟା ର ସମାଧାନ ପରିବର୍ତ୍ତେ ଅଞ୍ଚଳରେ ଥିବା ମାଳି ଗୁଡ଼ିକକୁ କମ୍ପାନୀ ହାତକୁ ଟେକି ଦେବା ପାଇଁ  ତତ୍ପରତା ପ୍ରକାଶ ପାଉଥିବା ବେଳେ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବା ମିଥ୍ୟା ପ୍ରତିଶ୍ରୃତି ଦେଇ ବିଜେଡି ଓ ବିଜେପି ଲୋକଙ୍କୁ ପ୍ରହସନ ଦେଖାଉଛନ୍ତି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। ସ୍ଵାଧୀନତା ର ଦିର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଥୁଆମୂଳ ରାମପୁର ଅଞ୍ଚଳରେ ରହିଥିବା ଅଧିକାଂଶ ବିଦ୍ୟାଳୟ ଗୁଡିକରେ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ଅଭାବ ରହିଛି ଏବଂ ବ୍ଳକ ରେ ତୂରନ୍ତ ଏକ +୩ ମହାବିଦ୍ୟାଳୟ ସ୍ଥାପନ କରିବା ସହିତ ୬ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨ ଗୋଟି ଛାତ୍ରାବାସ ନିର୍ମାଣ କରିବା ପାଇଁ ଓ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ର ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସରକାର ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି କଂଗ୍ରେସ ଦାବି କରିଛି। ବ୍ଳକର ପାଡେପଦର, ତଲନାଙ୍ଗି, ପଡ଼ା ପଦର, ଗୋପିନାଥପୁର, ତଲଝାପି, କିଆପଦର, କର୍ଲାପାଟ, ନାକରୁଣ୍ଡି, କେରପାଇ, ସିଲେଟ, ସିନ୍ଧି ପଦର, କାଣିଗୁମା, ବିରିକୋଟ, ଅଡ୍ରି, ବାଗଡିଆଣି, ଭଳି ଅନେକ ଗ୍ରାମ ପଞ୍ଚାୟତକୁ ଏବେ ସୁଦ୍ଧା ଭଲ ରାସ୍ତା ଖଣ୍ଡିଏ ତିଆରି କରା ଯାଇପାରିଲା ନାହିଁ। ପ୍ରତ୍ୟେକ ଗାଁ କୁ ବସୁଧା ଜଳଯୋଗାଣ ରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏବଂ ଭୁବନେଶ୍ବର ରୁ ଥୁଆମୂଳ ରାମପୁର କୁ ସରକାରୀ ବସ୍ ଚଳାଚଳ କରିବା ପାଇଁ କଂଗ୍ରେସ ଦଳ ଦାବି କରିଛି। କଳାହାଣ୍ଡି ସାଂସଦ, ବିଧାୟକ, ଏବଂ ପ୍ରଶାସନ ଙ୍କ ଅବହେଳା ଯୋଗୁଁ ଆଜି ଥୁଆମୂଳ ରାମପୁର ଅଞ୍ଚଳ ଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି ବୋଲି ଗୁରୁବାର ଦିନର ବ୍ଳକ କାର୍ଯ୍ୟାଳୟ ଘେରାଓ ସମୟରେ କଂଗ୍ରେସ ଦଳ ରଣହୁଙ୍କାର ଦେଇଛି। ଏହି ବ୍ଳକ ଘେରାଓ କାର୍ଯ୍ଯକ୍ରମ ରେ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଜିଲ୍ଲା କଂଗ୍ରେସ ସଭାପିତି ଶ୍ରୀ ଭାରତ ବେମାଲ, ଆଦିବାସୀ ନେତା ଶ୍ରୀ ପରମାନନ୍ଦ ମାଝୀ ସମେତ୍ ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ କମିଟିର ବ୍ଳକ କଂଗ୍ରେସ ପୂର୍ବତନ ସଭାପତି ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀ ମୂରଳୀଧର ନାଏକ, ବ୍ଳକ କଂଗ୍ରେସ ସଭାପତି ଶ୍ରୀ ମନୋରଞ୍ଜନ ନାଏକ,ପୂର୍ବତନ କଂଗ୍ରେସ ବ୍ଳକ ସଭାପତି ଶ୍ରୀ ଅଶୋକ ସିଂହ, ବରିଷ୍ଠ କଂଗ୍ରେସ ନେତା ଜଳନ୍ଧର ନାଏକ, ବରିଷ୍ଠ କଂଗ୍ରେସ ନେତା ରାଧେକୃଷ୍ଣ ଧଂମାଝୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଦୌପଦୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଅଞ୍ଚଳ ର କଂଗ୍ରେସ କମିଟିର ସଭ୍ଯସଭ୍ଯା ବହୁମାତ୍ରାରେ ସାମିଲ ହୋଇଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜାଳେଣି କାଠ ଆଣିବାକୁ ଯାଇ ବଳଦ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଳନ୍ଧରଙ୍କ ମୃତ୍ୟୁ 

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମୁକ୍ତିର ମହୋତ୍ସବ 

Sunil Chandra Nayak

ଵହଳଦାର ତିକ୍ଷିଆରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!