ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ମନ ଏକ ଉଡନ୍ତା ପକ୍ଷୀ

ମନ ଏକ ଉଡନ୍ତା ପକ୍ଷୀ

ମନ ଉଡୁଥାଏ ନିଜ ମର୍ଜ୍ଜିରେ
ନ ଥାଏ ତା’ର ଭୟ କେଉଁଥିରେ ।
କେତେ କେତେ ସ୍ୱପ୍ନରେ ଭିଜେ
ନୂଆ ନୂଆ ଆଶାକୁ ସେ ଖୋଜେ ।
ଖାଲ ଖମା ଝଡ଼ ବର୍ଷାକୁ ଡରେନି
ନା କାହାର ଆକଟକୁ ମାନେନି ।
ସେ ପରା ଅମାନିଆ ମନଟିଏ
ଲୋଭ,ମୋହ,ମାୟାରେ ବୁଡ଼ିଥାଏ ।
ସିଏ ଯୋଜନ ଯୋଜନ ଉଡୁଥାଏ
ନା ତା’ର ସୀମା ସରହଦ ଥାଏ ।
ଏଡେ ଚଞ୍ଚଳ କୁହୁକମୟ ମନଟି
ତା’କୁ ମାପିବା ଜମା ସହଜ ନୁହେଁଟି ।
ଏମିତି ଡେଇଁ ଡେଇଁ ଯାଉଥାଏ
କେତେ ଦୁଃଖ,ଆଉ ସୁଖକୁ ପାଏ ।
ତଥାପି ଲଗାମଛଡ଼ା ବେଗବାନ୍ ଗତି
ସ୍ଥିର ହୁଏ ନାହିଁ କେବେ ତା’ର ମତି ।
ଏଡ଼େ ମନେଇ ସିଏ ଚଞ୍ଚଳମୟୀ
କନ୍ କନ୍ ଛମ ଛମ ହୁଏ ସ୍ୱପ୍ନ ନେଇ ।
ତା ଗତିକୁ ଅଟକେଇ ହୁଏ ନାହିଁ
ବଡ଼ ନଟ ଖଟ ଅଝଟିଆ ଝଡ଼ ସେଇ ।
ସେଇ ମନଟି ସଭିଙ୍କୁ ବାଟ କଢାଏ
ତା ପାଇଁ ଏ ଜୀବନ ଆଗକୁ ଚାଲୁଥାଏ ।

 ସଂଯୁକ୍ତା ସାହୁ

 ରାହାମା , ଜଗତସିଂହପୁର 

Related posts

ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରର ଗଣେଶ ପୂଜାରେ ଯୋଗଦେଲେ ବିଧାୟକ

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା  ଭଗ୍ନ କୋଣାର୍କ

Sunil Chandra Nayak

ପ୍ରତିଦିନ ସାପ କୁ ଉଦ୍ଧାର କରି ଲୋକଙ୍କ ଜୀବନ କୁ ସୁରକ୍ଷା ଦେଉଛନ୍ତି ନିରଞ୍ଜନ

Leave a Comment

error: Content is protected !!