ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ରାସ୍ତା ବ୍ରିଜ ଜଳ ମୟ ଯୋଗାଯୋଗ ବିଚ୍ଛିନ୍ନ

ତେନ୍ତୁଳିଖୁଣ୍ଟି – 07/08/22-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ସମସ୍ତ ଗ୍ରାମରେ ଗତ କାଲି ରାତି ଠାରୁ ଲଗାଣ ବର୍ଷା ଜାରୀ ରହିଛି। ବିଶେଷ ଭାବେ ସକାଳ 6 ରୁ 7 ମଧ୍ୟରେ ହୋଇଥିବା ବାଦଲଫଟା ବର୍ଷରେ ରାସ୍ତା ଘାଟ ବ୍ରିଜ ତଥା ଡ୍ରେନ ଜଳ ମୟ ହୋଇଯାଇଛି।ରାସ୍ତା ନାଳ ଚିହ୍ନଟ କରି ହେଉନି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଭଳି ସ୍ଥିତି କଣ୍ଟାଗାଁ ପାତ୍ରପୁଟ କୁ ଯୋଗ କରୁଥିବା ବ୍ରିଜ ରେ ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏହି ରାସ୍ତା ଓ ବ୍ରିଜ ଜଳମଗ୍ନ ହୋଇ ଏକାକାର ହୋଇଯାଇଛନ୍ତି। ପଞ୍ଚରୁ ଛ ଫୁଟ ପାଣି ରହିଛି ରାସ୍ତା ଓ ବ୍ରିଜ ଉପରେ। ଅଁଳା ଭଟ୍ଟା, ଟିମନପୁର,କଣ୍ଟାଗାଁ, କୁସୁମୀ ,ଗୁଡ୍ର।, ଆଦି ଗ୍ରାମବାସୀ ଙ୍କ ପକ୍ଷେ ତେନ୍ତୁଳିଖୁଣ୍ଟି ଆସିବା ଏକ ପ୍ରକାର ବ୍ୟାନ ଭଳି ସ୍ଥିତି ସୃଷ୍ଟି ହୋଇଛି। ବ୍ରିଜ ର ଉଚ୍ଚତା କମ ଥିବାରୁ ଏଭଳି ସ୍ଥିତି ପ୍ରତ୍ୟେକ ବର୍ଷ ବର୍ଷା ଦିନ ରେ ସୃଷ୍ଟି ହେଉଛି। ତିନି ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ରିଜ ଦୂର ଦୃଷ୍ଟି ର ଅଭାବ ଯୋଗୁଁ ଆଜି ଜନତା ଦୁର୍ଦ୍ଦଶା ଭୋଗୁଛନ୍ତି। ପୂର୍ବରୁ ଯଦି ବର୍ଷା ଦିନରେ ଏହି ସ୍ଥାନରେ କେତେ ପାଣି ରହୁଛି ତାର ଆକଳନ ନେଇ ବ୍ରିଜ ନିର୍ମାଣ କରାଯାଇଥାନ୍ତା ଏଭଳି ସ୍ଥିତି ଦେଖିବାକୁ ପଡି ନ ଥାନ୍ତା। ଏଣୁ ବ୍ରିଜ ର ଉଚ୍ଚତା ବୃଦ୍ଧି କରି ନୂଆ ବ୍ରିଜ କରିବାକୁ ସମିତି ସଭ୍ୟ ଦିଲୀପ ପ୍ରଧାନୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।। ସେହି ଭଳି ସକାଳ ବର୍ଷା ରେ ଲମତାଗୁଡା ପଂଚାୟତ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ରେ ଆଉଁଳି ଗୁମ୍ମା ବ୍ରିଜ ଉପରେ 4 ଫୁଟ ପାଣି ଯାଉଛି। ଏହି ମୁଖ୍ୟ ରାସ୍ତାରେ ଯୋଗାଯୋଗ ଠପ ଅଛି। ବଡ଼ ଗାଡି ବ୍ୟତୀତ ଅଟୋ ରିକ୍ସା ତଥା ବାଇକ ରେ ଯିବା ବିପଦପୂର୍ଣ୍ଣ ଅଛି। ଆଜିର ଲଗାଣ ବର୍ଷା ଜାରି ଅଛି ଏଣୁ ଗରୀବ ଶ୍ରେଣୀ ର ଜନତା ଙ୍କ ଘର ଭାଙ୍ଗି ଗଲେ ମଧ୍ୟ ସେମାନଙ୍କ ପାଖରେ ସରକାରୀ କଳ ପଂହଁଚି ପାରିବନି। ବର୍ଷା ପୂର୍ବରୁ ବିପଦପୂର୍ଣ୍ଣ ତଥା ଭଙ୍ଗାରୁଜା ଘରେ ରହୁଥିବା ପରିବାର ଙ୍କୁ ବିକଳ୍ପ ଆଶ୍ରୟ ଦେଇ ରଖିବା କଥା । ବାତ୍ୟା ପ୍ରବଣ ଅଞ୍ଚଳରେ ବାତ୍ୟା ପୂର୍ବରୁ ଆଶ୍ରୟ କେନ୍ଦ୍ର କୁ ନିଆ ଯାଉଛି। ସେଭଳି ବ୍ୟବସ୍ଥା ଏହି ଅଞ୍ଚଳରେ କରିବାକୁ ଭୀମସେନ ପାଣିଗ୍ରାହୀ ଦାବୀ କରିଛନ୍ତି। ବିଗତ 45 ଦିନରେ ପ୍ରାୟ 57 ଜଣ ବେଘର ହୋଇଥିବା ବେଳେ ରାଜସ୍ବ ବିଭାଗର ପଲିଥିନ ବ୍ୟତୀତ ଅନ୍ୟକିଛି ସୁବିଧା ମିଳିନି। ସେମାନଙ୍କ ପାଇଁ ପ୍ରଶାସନ କଣ ବିକଳ୍ପ କରିଛି। ଆଜି ଯେଭଳି ବର୍ଷା ହେଉଛି ବିଗତ ଦିନରେ ବର୍ଷା ରେ ବେଘର ହୋଇଥିବା ଏବଂ ବର୍ତ୍ତମାନ ଘରଭାଙ୍ଗି ନିରାସ୍ରୟପରିବାର ଙ୍କୁ ବିକଳ୍ପ ଆଶ୍ରୟ ଦେବା ପାଇଁ ସରପଞ୍ଚ ମାନଙ୍କୁ ଅଧିକୃତ କରିବା ଉଚିତ। ନଚେତ ବର୍ଷାରେ ପେଷି ହୋଇଯିବେ ଗରୀବ ବେଘର।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରାଥମିକ ବିଦ୍ୟାଳୟରେ ଝୁଲୁଥିଲା ତାଲା, ବ୍ଲକ ଅଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା

Sunil Chandra Nayak

ରାଜପୁର ସରସ୍ବତୁ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଘରେ ଘରେ ପହଞ୍ଚିବ ବିକାଶରବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!