Uncategorizedଉମାକାନ୍ତ ଦାସ ଙ୍କ କବିତା ଧାରା ଶ୍ରାବଣ by Sunil Chandra NayakAugust 7, 20220100 Share2 ଜୟ ମାଆ ବିରଜା ଧାରା ଶ୍ରାବଣ ଉମାକାନ୍ତ ଦାସ ଧାରା ଶ୍ରାବଣରେ ବରଷା ଗରଜେ ଆକାଶ ଅନ୍ଧାର କରି କଳାପାଟ ଶାଢ଼ୀ ସୁନେଲି ଓଢ଼ଣୀ ବର୍ଷା ରାଣୀ ମୁଣ୍ଡେ ଧରି ।। ଅଣଚାଷ ହାଓ୍ବା ଚାରି ମେଘ ଦେଖି ଭୟେ ଉଠେ ଛାତି ଥରି କବାଟ କିଳି ମୁଁ ନୀରବରେ ବସି ଶୁଣେ ଶବ୍ଦ କାନ ଡେରି ।। ଛମଛମ ନାଚ ବର୍ଷା ଜଳ ସ୍ରୋତ ପଥ ପ୍ରାନ୍ତେ ଯାଏ ଗଡ଼ି ଶିହରଣ ହୁଏ ହୃଦୟେ ମୋହର ଶୁଣି ଘଡ଼ ଘଡି ରଡି ।। ଲେଖନ୍ତି କବିତା ପ୍ରିୟା ଥିଲେ ସାଥେ କୋଳେ ମୁଁ ତାହାକୁ ଧରି, ଏକା ଏକା ଏଠି ଦିଲ୍ଲୀ ଗୃହେ ବସି ହେଉଛି ମୁଁ କେତେ ଘାରି ।। ନରହିଲା ନାହିଁ ପାଶେ ଯଦି ପ୍ରିୟା ତୋ ବକ୍ଷେ ନେ ତୁ ଭରି, ତୋ ଜଳ ରାଶିରେ ମିଶି ମୋର ଶରୀ ହେଉ ସେ ତଟିନୀ ପରି ।। ଦୁଇ କୂଳ ତାର ସବୁଜିମା ହେଉ କ୍ଷେତ ଶସ୍ୟେ ଯାଉ ଭରି, ଜଳ ସ୍ଥଳ ଜୀବ ହୋଇଥାନ୍ତୁ ସୁଖି ଶ୍ରାବଣୀ ତୋ ଆଶ୍ରା ଧରି ।। ଲାଲବାଗ ,ଖାନନର , ମଙ୍ଗଳ ପୁର , ଯାଜପୁର