ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘରେ ଚାପିହୋଇ ବୃଦ୍ଧ ମୃତ

କୋଷାଗୁମୁଡା,୦୭/୦୮ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡିଲା ଘର । ଅଳ୍ପକେ ବୃଦ୍ଧା ବର୍ତ୍ତୀ ଯାଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଏଇଭଳି ଅଭାବନୀୟ ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ପଞ୍ଚାୟତର ବଜ୍ରଗଡ ଗ୍ରାମରେ । ମିଳିଥିବା ସୂଚନା ଅନୁଯାଇ ଲଗାଣ ବର୍ଷାରେ ଆଜି ଗ୍ରାମର ଚନ୍ଦ୍ର ନାୟକ(୬୦) ଓ ସ୍ତ୍ରୀ ମଙ୍ଗଲ ଦେଇ ଘରେ ବିଶ୍ରାମ ନେଇଥିଲେ । ଦିନ ପ୍ରାୟ ୩ଟା ସମୟରେ ଘରର କାନ୍ଥଟି ହଠାତ ଭୁଶୁଡି ଉଭୟ ଦମ୍ପତ୍ତିଙ୍କ ଉପରେ ପଡିଯାଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଯୋଗେ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ଚନ୍ଦ୍ରକୁ ମୃତ ଘୋଷଣା କରିଥିବା ବେଳେ ମଙ୍ଗଲଦେଇ ସୁସ୍ଥ ଥିବା ସୂଚନା ମିଳିଛି । ସନ୍ଧ୍ୟାରେ କୋଡିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ମୃତକ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ନେଇ ଆଶ୍ଵାସନା ଦେଇଥିଲେ ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ବିଶ୍ବଶ୍ରମିକ ଦିବସ ଉପଲକ୍ଷେ ବେଣୁଧର ସୂତାର ଙ୍କ କବିତା ଜୟ ହେ ଶ୍ରମିକ ଜୟ

ଏନଜିଓ କୁ ବିଦେଶ ପାଣ୍ଠି… ୪୦ ଗୋଟି ସ୍ଥାନରେ ସିବିଆଇ ର ରେଡ଼

କଳାହାଣ୍ଡିରେ ଦାଦନ ସମସ୍ୟା ଜଟିଳ ରୂପ ନେଉଛି , ପୁନର୍ବାର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!