ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣ ସରି ଦୁଇବର୍ଷ ବିତିଲା , କମର୍ଦ୍ଧାରେ କାର୍ଯ୍ୟକ୍ଷମ ହେଇନି ବସୁଧା ପାନୀୟ ଜଳ ପ୍ରକଳ୍ପ

ନିମ୍ନମାନର କାମ କରି ଠିକାଦାର ଛୁ,

ଯନ୍ତ୍ରୀଙ୍କୁ ପିସି ମିଳିଲେ ହେଲା

ଲାଞ୍ଜିଗଡ଼,୦୮/୦୮  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଞ୍ଚାୟତ ହେଉଛି କମର୍ଦ୍ଧା । ସେହିପରି କମର୍ଦ୍ଧା ଗ୍ରାମପଞ୍ଚାୟତର ମୁଖ୍ୟାଳୟ ମଧ୍ୟ କମର୍ଦ୍ଧା ହୋଇଥିବାବେଳେ ବାରଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ତିନୋଟି ୱାର୍ଡରେ ବିଭକ୍ତ । ବାରଶହ ଜନସଂଖ୍ୟା ପାଇଁ ପାନୀୟ ଜଳ ସଂକଟ ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବସୁଧା ଯୋଜନାରେ ଗାଁରେ ଗତ ତିନିବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଓଭରହେଡ ଟ୍ୟାଙ୍କ ନିର୍ମାଣ, ପାଇପ ପୋତିବାଠାରୁ ଆରମ୍ଭ କରି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ବିଦ୍ୟୁତ୍ ସଂଯୋଗ କାମ ମଧ୍ୟ ଶେଷ ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବା ଦେଖି ଗ୍ରାମବାସୀ ଦୀର୍ଘ ଦିନର ଜଳକଷ୍ଟ ଦୂର ହେବ ବୋଲି ଆଶା ପ୍ରକାଶ କରିଥିଲେ । ତେବେ ନିର୍ମାଣ ଶେଷ ହେବାର ଦୁଇବର୍ଷ ବିତିସାରିଲାଣି ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇନାହିଁ । ନିମ୍ନମାନର କାମ କରି ଠିକାଦାର ନିଜ ଦାୟିତ୍ୱ ସାରି ଦେଇଥିବାବେଳେ ମାତ୍ରାଧିକ ପିସିସ ନେଇ ବିଭାଗୀୟ ଯନ୍ତ୍ରୀ ମାନେ ବିଲ୍ କରିଦେଇଛନ୍ତି । ତେବେ ନିମ୍ନମାନର କାମ ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ପାଇପ ଫାଟିବା ଆରମ୍ଭ ହେଲାଣି । ଏପରି ପରିସ୍ଥିତିରେ ଲୋକେ ପାଣି ପାଇବେ କଣ ଓଭରହେଡ ଟ୍ୟାଙ୍କ ଦେଖି ମୁଣ୍ଡ ବାଡଉଛନ୍ତି । ଏଣୁ କମର୍ଦ୍ଧାଠାରେ ନିର୍ମିତ ବସୁଧା ଯୋ ଜନାର ଏକ ନିରପେକ୍ଷ ତଦନ୍ତ ସହିତ ଏଥିରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କମର୍ଦ୍ଧା ଅଞ୍ଚଳବାସୀ ଦାବି କରିଛନ୍ତି । ଏହାସହିତ କମର୍ଦ୍ଧାର ପାନୀୟ ଜଳକଷ୍ଟ ଦୂର କରିବାକୁ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନର୍ମଦା ନାୟକ ଙ୍କ କବିତା ହୃଦୟ

Sunil Chandra Nayak

ରେଙ୍ଗାଭାଟି ରେ ଗୁଳି କରି ହତ୍ୟା ଉଦ୍ୟମ

Sunil Chandra Nayak

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

Sunil Chandra Nayak

Leave a Comment

error: Content is protected !!