ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାସକ , ବିରୋଧୀ ନେତା ଙ୍କ ସମେତ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ପକ୍ଷରୁ ସରକାରୀ ଜମିରେ ଆଦିବାସୀମାନେ ଲଗାଇଥିବା ମକା ଫସଲକୁ କଲେ ନଷ୍ଟ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ , ବୁର୍ଜା ଗ୍ରାମ ପଞ୍ଚାୟତ ଅନତର୍ଗତ କୋପସାଭଟା ଗ୍ରାମରେ ତା-୧୩/୦୮/୨୨ , ଶନିବାର ଦିନ ସକାଳ ୧୦:୩୦ ସମୟରେ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ର ଦୀର୍ଘ ୩୫ ବର୍ଷ ର ଦଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟରୁ ୩୦ ଏକର ମକ୍କା ଫସଲ କୁ ବନ ବିଭାଗ ଦ୍ଵାରା ଗଠିତ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ଗ୍ରାମ ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ବିଜେପି ଓ ବିଜେଡ଼ି ନେତା ଙ୍କ ଦ୍ଵାରା ଗୋରୁ ଖୁଆଇ ନଷ୍ଟ କରିଦିଆଗଲା ଓ କିଛି ବାସଗୃହ କୁ ମଧ୍ୟ ନିଆ ଜାଳି ଦିଆଯାଇ ଥିଲା, ଯେଉଁଥିରେ କି ଧାନ, ବହି, ବିଛଣା , ଖଟ, ଛତା , ଚାଉଳ , ଆସବାବ ପତ୍ର ଓ ପାଣି ହାଣ୍ଡି ସବୁ ଜଳି ପଡ଼ି ନଷ୍ଟ ହୋଇଜାଇଛି।ଏହି ଘଟଣା ଘଟିବା ମାସେ ପୂର୍ବରୁ ବିଜେପି ଓ ବିଜେଡ଼ି ନେତା ଓ ଉକ୍ତ vss କମିଟି ପକ୍ଷରୁ ଏହି ଭଳି ଘଟଣା ଘଟାଇବା ନିମନ୍ତେ କପସାଭଟା ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ଏବଂ ଉକ୍ତ ଧମକ ପରେ କପସାଭଟା ଗ୍ରାମବାସୀ ନିଜ ଫସଲ ର ସୁରକ୍ଷା ଓ ନିଜ ସୁରକ୍ଷା ନିମନ୍ତେ ଉମରକୋଟ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଥାନା ଅଧିକାରୀ ମଧ୍ୟ ଉଭୟ ପକ୍ଷକୁ ଥାନାକୁ ଡ଼କାଇ କୌଣସି ପ୍ରକାର ହିଂସା ବା ଗଣ୍ଡଗୋଳ ନକରିବା ସହ କେହି ମଧ୍ୟ କାହାର ଫସଲ ନଷ୍ଟ କରିବ ନାହିଁ ବୋଲି କହି ତାଗିଦ୍ କରି ଛାଡ଼ିଥିଲେ ।ଉଭୟ ପକ୍ଷ ଥାନା ଅଧିକାରୀଙ୍କ କଥା ମାନିବୁ କହି ଚାଲି ଯାଇଥିଲେ । କିନ୍ତୁ ଗତକାଲି ହଠାତ୍ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ବନସୁରକ୍ଷା ସମିତି ଏବଂ ସ୍ଥାନୀୟ ବିଜେପି ଓ ବିଜେଡ଼ି ନେତାଙ୍କ ନେତୃତ୍ୱରେ ଉଭୟ ଗ୍ରାମର ପ୍ରାୟ ୨୦୦ରୁ୩୦୦ ଜଣ ମହିଳା ପୁରୁଷ ହାତରେ ଟାଙ୍ଗିଆ , ଠେଙ୍ଗା ଧରି ଶହ ଶହ ଗୋରୁ ଆଣି ପ୍ରାୟ ୩୦ ଏକର ମକ୍କା ଫସଲ କୁ ନଷ୍ଟ କରିଥିଲେ ଓ ଗ୍ରାମ ଚାରିପାଖ ଘେରାଉ କରି ଜଗିଥିଲେ ।ଯିଏ ଘରୁ ବାହାରକୁ ଆସିବ ତାକୁ ଜୀବନରେ ମାରିଦେବୁ କହି ଗାଁ ଚାରିପାଖ ଘେରି ରହିଥିଲେ। ଏହିଭଳି ଘଟଣା ପ୍ରାୟ ୧୦:୩୦ ଘଣ୍ଟା ଠାରୁ ୧୨:୩୦ ଘଣ୍ଟା ଯାଏ ଚାଲିଥିଲା , ଗ୍ରାମବାସୀଙ୍କ ପକ୍ଷରୁ ୧୦୧ ନମ୍ବର କୁ ଫୋନ୍ କରା ଯିବାରୁ ଉମରକୋଟ ପୋଲିସ ଏବଂ ମିଡ଼ିଆ କର୍ମୀ ଆସି ଗାଁ କୁ ପହଞ୍ଚିଥିଲେ । ବର୍ତ୍ତମାନ ଉକ୍ତ କପସାଭଟା ଗ୍ରାମବାସୀ ବହୁତ ଭୟଭିତ ଅବସ୍ଥାରେ ରହି ଅଛନ୍ତି ଏହି ଗ୍ରାମ ର ଫସଲ ନଷ୍ଟ କରିବା ପରେ ଉକ୍ତ କମିଟି ନିକଟସ୍ଥ ଗ୍ରାମ ସେମିଲିଗଡରା ଓ ସରିଆଭଟା ଗ୍ରାମର ମକ୍କା ଫସଲ ନଷ୍ଟ କରିବା ନିମନ୍ତେ ଚାଲିଗଲେ ବୋଲି ଗ୍ରାମବାସୀ ଙ୍କ ଦ୍ଵାରା ଜାଣିବାକୁ ପାଇ ପୁଲିସକୁ ସୁଚନା ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

Sunil Chandra Nayak

ସରସ୍ବତୀ ବିଦ୍ୟାପୀଠ ସ୍କାଉଟଗାଇଟ ଓ ଜୁନିଅର ରେଡକ୍ରସ ର ଦୀକ୍ଷାନ୍ତ ସମାରୋହ

Sunil Chandra Nayak

ନୂଆପଡା – ବ୍ଲକ ଅଧ୍ୟକ୍ଷାଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

Leave a Comment

error: Content is protected !!