ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ପ୍ରଧାନମନ୍ତ୍ରୀ ସୂର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟ ତିଥୀ ପାଳିତ

ଆନନ୍ଦପୁର -:  ଭାରତ ମାତା କଂ ର ସୁଯୋଗ୍ୟ ସନ୍ତାନ, ଆମ ମାନଙ୍କର ପ୍ରେରଣା ପୁରୁଷ, ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସୂର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ର ୫ ତମ ପୁଣ୍ୟତିଥୀ ଆଜି ଆନନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ରାମଚନ୍ଦ୍ର ସାହୁ,ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ହେମନ୍ତ କୁମାର ମଲ୍ଲିକ, ଆନନ୍ଦପୁର ନଗର ମଣ୍ଡଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ପ୍ରାଣବନ୍ଧୁ ସାହୁ, ବାବୁଲି ଧଡା, ରାଜେନ୍ଦ୍ର କୁମାର ସାହୁ, ହରେକୃଷ୍ଣ ପାତ୍ର, ମୁରଲୀଧର ମିଶ୍ର, ଗଗନ ବିହାରୀ ସିଂ, ନାରାୟଣ ବାରିକ, ବାବି ଦାସ, କପିଳା ମଲ୍ଲିକ, ଟୁକୁ ଦାସ, ଘାସିନାଥ ନାୟକ, ଟୁକୁନା ମହାନ୍ତ, କାଳନ୍ଦି ସାହୁ, ନରେନ୍ଦ୍ର ପଣ୍ଡା, ପ୍ରମୁଖ ସାମିଲ ହୋଇଥିଲେ। ଅଟଲଜୀ କଂ ଜୀବନୀ ଉପରେ ଉପସ୍ଥିତ ନେତୃବୃନ୍ଦ ସେମାନଙ୍କ ର ଭାଷଣରେ କହିଥିଲେ ଏବଂ ଅଟଲଜୀ କଂ ଫଟୋ ଚିତ୍ରରେ ସମସ୍ତେ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ମାହାସଭା ପ୍ରଥମ ଅଧିବେଶନ

Sunil Chandra Nayak

ଭବାନୀପାଟଣା ସହରରେଥିବା ଭାଗିରଥୀ ଇନ୍ ବିବାହ ମଣ୍ତପ ପଛ ପଟରେ ନିଆଁ ଲାଗିଛି

Sunil Chandra Nayak

ରାଉରକେଲା କଳାକାର ଆସୋସିଏସନର ପ୍ରଥମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!