ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର: ୪୭ ଟିଅଭିଯୋଗ

କାମାକ୍ଷାନଗର_16/8/22  ଢେଙ୍କାନାଳ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ୪୭ ଜଣ ଅଭିଯୋଗକାରୀ ସେମାନଙ୍କ ଦରଖାସ୍ତ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଏସ ପି ଲୋଗାନୟାଗୀ ଦିବ୍ୟା ଭି. ଯୋଗଦେଇ ଅଭିଯୋଗର ଶୁଣାଣି କରିଥିଲେ । ଅଭିଯୋଗ ମଧ୍ୟରୁ ବାର୍ଦ୍ଧକ୍ୟ, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟ ନେଇ ୪୫ଟି ବ୍ୟକ୍ତିଗତ ଅଭିଯୋଗ ଓ ୨ଟି ଗ୍ରାମର ସମସ୍ୟା ସଂପର୍କୀତ ସାମୂହିକ ଅଭିଯୋଗ ରହିଥିଲା । ଶିବିର ସ୍ଥଳରେ ମୋଟ୍ ୩୯ଟି ଅଭିଯୋଗର ଫଇସଲା କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ସେଠୀ ନିଦେ୍ର୍ଦଶ ଦେଇଥିଲେ । ଶିବିରରେ ଜିଲ୍ଲା ଓ ବ୍ଲକ୍ ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଖଜୁରୀ ପଡା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

ବୃକ୍ଷରୋପଣ କାର୍ଯ୍ୟକ୍ରମ ….

Sunil Chandra Nayak

Leave a Comment

error: Content is protected !!