ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

ମୟୂରଭଞ୍ଜ -୧୭/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର କଳାବାଡିଆ ଅଂଚଳର ରିତୟନୀ ଆଇଟିଆଇ ପରିସରରେ ଅନୁଷ୍ଠାନର ଛାତ୍ରମାନଙ୍କୁ କତୃପକ୍ଷଙ୍କ ସଂପର୍କୀୟ ଭାଇ ଅଧ୍ୟୟନରତ ଛାତ୍ରଙ୍କୁ ଶାରିରୀକ,ମାନସିକ,ଦୁର୍ଵ୍ଯବହାର, ଭୟଭୀତ କରିବା ସହ ଶିକ୍ଷାଦାନରେ ବ୍ୟାପକ ଅନିୟମିତତା ନେଇ ପୂର୍ବ ସୂଚନା ଅନୁସାରେ ଆଜି ବିଭିନ୍ନ ଆଦିବାସୀ ସଂଗଠନ, ମାସା ଆର୍ମି,ଛାତ୍ର‌ସଂଗଠନ,ଭଂଜସେନା,ଆମ ଆଦି ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସେମାନଙ୍କର ଦାବି ଥିଲା ରିତୟନୀ ଆଇଟିଆଇ କତୃପକ୍ଷଙ୍କୁ ଗିରଫ, ଶିକ୍ଷାନୁଷ୍ଠାନ ଅନୁମତିକୁକୁ ରଦ୍ଦ, ଅଧ୍ୟୟନ ଛାତ୍ରମାନଙ୍କୁ ଅନ୍ୟତ୍ର ଶିକ୍ଷାଦାନ କରାଯାଉ , ସେମାନଙ୍କୁ ଛାତ୍ରବୃତ୍ତି ଦିଆଯାଉ।ଏହି ବନ୍ଦ ଡାକରାରେ ବସ ଚଳାଚଳ,ଯାନବାହନ, ସରକାରୀ , ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ବନ୍ଦ ହୋଇଥିଲା ।କୋର୍ଟ ଖୋଲାଥିଲା ।ପୋଲିସ ତରଫରୁ ରାଇରଙ୍ଗପୁର ଆଇଆଇସି ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ପାଇଁ କଡାନଜର ଦିଆଯାଇଥିଲା ।ବନ୍ଦରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ଆସେକା ସଂପାଦକ ଜୀତେନ୍ଦ୍ର ନାଥ ହାଁସଦା,ମାସାଂ ହେମ୍ବ୍ରମ,ରାମ ମୁର୍ମୁ,ମଦନ ମାର୍ଣ୍ଡୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

ବିଦ୍ୟାନିକେତନ ସ୍କୁଲରେ ଶିଶୁ ଶିବିର କାର୍ଯ୍ୟକ୍ରମ

Sunil Chandra Nayak

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

Sunil Chandra Nayak

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ ,ଵଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କୁ ଦେଲେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!