ସବୁ ତ ତାର୍ ଲୀଲା
ଶ୍ରୀମତୀ କଲ୍ୟାଣୀ ନନ୍ଦ
ଶିରାବନ ଗଲା କାନ୍ଦି କାନ୍ଦି,
ଭୁଦୋ ଆଏଲାନ ହସି ହସି,
ଇ ହସି,କାନ୍ଦି ଥି ମାଟି ଗଲାନ ଭିଜି,
ଚଷା ପୋ ଭାବୁଛେ କେନ୍ତା କରସି,
ପହ୍ଲା ରୁଇଥିଲା ଶିରାବନ ବରଷା ଥି ,
ଭୁଦୋ ବରଷା ଜହ ବରଷି ନେଲେ,
କାଣା ହେବା ଯେ ଧାନ ଗଛ କେଜାନି,
ଶିତ ର କମ୍ପି,ଖରା ର ତାତି,ବର୍ଷାର ଝଡି,
ଆଉଥିସି,ଯାଉଥିସି, ନୂଆଁ କଥା ନୁହେଁ କିଛି,
ମୁନୁଷ ଜୀବନ ବାଗିର ଆଜି ଅଛେ କାଲି ନାଇଁ,
ଇ ଯିବାର ଆଏବାର ଟା ସଂସାରେ ଲାଗିଥିସି ,
ଭଲ ମନ୍ଦ,ସୁଖ୍,ଦୁଃଖ୍,ହାନି,ଲାଭ,ହସି,କାନ୍ଦି,
ଜୀବନ ଜୀଇଁ ବାର ଯେ କେତେ ମୁସ୍କିଲ ବତେଇଦେସି,
ଆମେ ତ ଛାର୍ ମୁନୁଷ ଆମର ହାତେ କିଛି ନାଇଁ,
ସବୁ କରୁଛେ,କରଉଛେ,ଏକଲା ସେ ଜଗତର ସାଇଁ
ସବୁ ଲୀଲା ଖେଲା ତାର ଆଏ ,ଯେତେ ଲୀଲା କରୁଥିସି।।
ସମ୍ବଲପୁର