ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଯା ପାଣିରେ ଫସଲ ନଷ୍ଟ , ଗାଁ ଦାଣ୍ତରେ ପାଣି, ଗଛ ପଡି ଘର ଭାଙ୍ଗିଲା, ବଢୁଛି ଦୁର୍ଦ୍ଦଶା 

ବାଲେଶ୍ଵର,୨୦/୮/୨୩- ଲଘୁଚାପ ପ୍ରବହାରୁ ଗୁରୁବାର ରାତ୍ରିରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜଳକା ଓ ଉଶ ନଦୀର ବନ୍ଯା ପାଣି ବସ୍ତା ଅଞ୍ଚଳ ସମେତ ଅମର୍ଦ୍ଦାରୋଡ ତଥା ଶ୍ୟାମସୁନ୍ଦରପୁର, ବେଲା, ଖଣ୍ଡପସା, ପାଞ୍ଚବାଟିଆ, ନାରାୟଣପୁର ସମେତ ବିଭିନ୍ନ ୱାର୍ଡରେ ଜଳାବର୍ଣ୍ଣ ହୋଇଥିବା ବେଳେ ଜୀବନ ଯାତ୍ରା ବ୍ୟାହତ ହୋଇଛି ।ଚଳିତ ବର୍ଷ କ୍ରମାଗତ ବର୍ଷା ଓ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପଡୋଶୀ ଜିଲ୍ଲା ମୟୁରଭଞ୍ଜରୁ ସିଧାସଳଖ ଜଳକା ନଦୀରେ ପାଣି ପ୍ରବାହିତ ହେଉଛି | ଯାହାଫଳରେ ଦ୍ୱିତୀୟ ବନ୍ଯା ଦେଖାଦେଇଛି । ଫଳରେ ବସ୍ତା ବ୍ଳକର ଅନେକ ପଞ୍ଚାୟତର କେତେଗୁଡିଏ ଗ୍ରାମର ଲୋକେ ଜଳବନ୍ଦୀରେ ରହିଥିବା ବେଳେ ଅନେକ ରାସ୍ତାଘାଟ ବୁଡି ଚାରିଫୁଟ ଉଚ୍ଚର ପାଣିର ସୁଅ ଛୁଟିଛି ଯାହା ଫଳରେ ମଥାନୀ ପଞ୍ଚାୟତର ସାନଖୁଡି ଗିରିସାହି, ସାନଖୁଡି ୨ନମ୍ବର ୱାର୍ଡର ହରିଜନ ସାହି ଧାନହଣ୍ତା, ଶିବଗତିଆ, ବଡା ଗମ୍ଭାରିଆ, ପଣ୍ତରୁଙ୍ଗି, ତଳସାହି, ବାହାର୍ଦ୍ଦା ପଞ୍ଚାୟତର ପଳାସିଆ,ମେଳକ, ତଳତାପଣ୍ତା । ସେହିପରି କୁଡିଆ ପଞ୍ଚାୟତର ବେଗୁନିଆଁ, କଦଳିହଣ୍ତା, ଜମୁନାପଦା ଅଞ୍ଚଳରେ ଗାଁ ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ଜଳକାନଦୀ ବାହାଲ ବନ୍ଧ ଦୁର୍ବଳ ଯୋଗୁଁ ସ୍ଥାନେ ସ୍ଥାନେ ପାଣିର ସ୍ରୋତରେ ଅତଡା ଖସୁଛି ଯାହା ଫଳରେ ନଦୀ କୁଳିଆ ଗାଁ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ୩୧ ପଞ୍ଚାୟତର ସବୁ ଗ୍ରାମରେ ରାସ୍ତାଘାଟ ଜଳମଗ୍ନ ହୋଇ ରହିଛି । ପାଣି ଯୋଗୁଁ ଧାନଚାଷ ଓ ପନିପରିବା ଚାଷ ବ୍ୟାପକ ଭାବେ ନଷ୍ଟ ହେବାର ଆଶଙ୍କା ଦେଖାଦେଇ ଥିବାରୁ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ଅବିଶ୍ରାନ୍ତ ବର୍ଷା ଯୋଗୁଁ କେତେକ ସ୍ଥାନରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଛି । ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ସନ୍ଧ୍ୟା ସମୟରେ ଜଳକା ନଦୀର ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଜନବସତି ଗୁଡିକରେ ସମସ୍ୟାର ସୁଧାର ଆସିପାରି ନାହିଁ । ବର୍ଷା ସାଙ୍ଗକୁ ପବନରେ ପାଣି ଭୟଙ୍କର ଢେଉ ମରୁଛି । ବିଦ୍ୟୁତ ବିଭାଗର ବିଦ୍ୟୁତ ତାର ତ୍ରୁଟି ଯୋଗୁଁ ବିଦ୍ୟୁତ ବିଛିନ୍ନ ହୋଇଛି ।ବିଜୁଳି ନଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗ ପଚାରିବାରୁ ବିଭିନ୍ନ ସ୍ଥାନରେ ମରାମତି ଚାଲିଥିବା କହୁଛନ୍ତି । ସରୀସୃପ ମାନେ ଆଶ୍ରୟ ଘର ଭିତରେ ପଶୁଥିବାରୁ ପରିବାର ଲୋକେ ଉଜାଗର ରହିଥିବା ଦେଖିବାକୁ ମିଳିଛି । ତେବେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ପ୍ରଭାବିତ ପରିବାର ମାନଙ୍କୁ ପାଣି ପାଉଚ, ଶୁଖିଲା ଖାଦ୍ୟ ଓ କିରୋସିନ ଆଦି ଯୋଗାଇ ଦେବାକୁ ଦାବି ହେଉଛି । ଲୋକଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ଖଲିଆପାଲିରେ ଶ୍ରୀରଘୁନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!