ଜଣାଣ
ମାନଗୋବିନ୍ଦ ସ୍ବାଇଁ
ତୋ ଶରଧା ବାଲି ମଥାରେ ମାଇଲି
ହୃଦୟ ହେଲା ପବିତ୍ର
ଅବଢ଼ା ଆହାର ପ୍ରସାଦ କରିଲି
ମନ ଖୁସି ହେଲା ମାତ୍ର।
ବେଢ଼ା ଚାରି ପାଖ ଘୁରି ଆସି ଥରେ
ମନ ମୋ ହେଲା ନିର୍ମଳ
ଭକ୍ତି ଭରେ ଡାକି ଜଣାଣ ଭଜନ
ଜଗନ୍ନାଥ ମୋର ବଳ।
ବାଇଶି ପାହାଚ କହେ ବାବୁ ଶୁଦ୍ଧ
ପାପ ଯାଉ ଆଗ ଛାଡ଼ି
ଭକ୍ତିରେ କହୁଛି ପ୍ରଭୁ ମୋର କଥା
ମାଗୁଛି ହାତକୁ ଯୋଡ଼ି।
ସାଗର କୂଳରେ ଦର୍ଶନ କରିଲେ
ସତେ ନାଲି ଚକ ଚକ
କାଳିଆ ହସୁଛି ଭକ୍ତ ଗଣ ମଧ୍ୟେ
ଭକ୍ତିର ଦୃଶ୍ୟ ଆଲୋକ।
ବାନା ପରି ମୋର ମନ ଉଡ଼ି ବୁଲେ
କେମିତି ପ୍ରଭୁଙ୍କ ଭେଟ
ସାନ୍ତ୍ଵନା ମିଳନ୍ତା ସଂସାର ମଧ୍ୟରେ
ଖୋଲି ଦିଅ ମୁକ୍ତି ବାଟ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା