ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

ରାଇଘର ୨୭/୦୮/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ  ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଚାଲୁ ଥିବାବେଳେ  ଦୁର୍ଗମ ଭାଟିପଖନା ଗ୍ରାମରେ ଚାରି ଗୋଟି ଦେଶୀ ବନ୍ଧୁକ ପୋଲିସ ହାତରେ ମିଳିଛି  l ଉକ୍ତ ବନ୍ଧୁକ ଗୁଡିକ ଗ୍ରାମର  ରତି ରାମ ଗଣ୍ଡ (୨୫),ରାମ ଗଣ୍ଡ( ୩୫),ରଘୁ ଗଣ୍ଡ (୩୦),ଓ ବାସୁ ଦେବ୍ ଗଣ୍ଡ (୨୨) ମୋଟ ଚାରି ଜଣ ରଖି ବ୍ୟବହାର କରୁଥିବା ପ୍ରମାଣ ପାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି l ତେବେ ଦୁର୍ଗମ ଅଞ୍ଚଳର ଏହି  ଚାରି ଯୁବକ କେଉଁ ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିଲେ ପୋଲିସ ତଦନ୍ତ କରି ଜଣା ପଡିଛି କି ରାଇଘରବ୍ଲକ ରେ ମକା ଚାଷ ଉପରେ ଅଧିକ ନିର୍ଭରଶିଳ  l   ରାଇଘର ଅଂଚଳ ରେ ମକା ଚାଷ ସମୟରେ ଜଂଗଲ ବାରା ଓ ଅନ୍ୟାନ୍ୟ ଜୀବଜନ୍ତୁ ମକା ଚାଷ କୁ ନଷ୍ଟ କରୁଥିବା ଋ ସେହି ବନ୍ୟପ୍ରାଣୀ ଡରାଇବା ପାଇଁ ବନ୍ଧୁକ ବ୍ୟବହାର କରୁଥିବା ଜଣାପଡ଼ିଛି  l ଏ ନେଇ ଥାନାରେ କେଶ୍ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି  l ଶନିବାର  କୋର୍ଟ ଚାଲାଣ କରି ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଘଟଣା ର ତଦନ୍ତ ଜାରୀ ରହିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ପୋଡାପୁଡା ପଞ୍ଚୁକ ମହୋତ୍ସବ ପ୍ରଥମ ସଂଧ୍ଯା କାର୍ଯ୍ୟକ୍ରମ

Sunil Chandra Nayak

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ବୈଠକ ଅନୁଷ୍ଠିତ

Sunil Chandra Nayak

କୋକସରା ପଞ୍ଚାୟତ ରେ ସର୍ଵ ସାଧାରଣ ସମ୍ପତ୍ତି ନିଲାମ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!