ରାଇଘର ୨୭/୦୮/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ ଚାଲୁ ଥିବାବେଳେ ଦୁର୍ଗମ ଭାଟିପଖନା ଗ୍ରାମରେ ଚାରି ଗୋଟି ଦେଶୀ ବନ୍ଧୁକ ପୋଲିସ ହାତରେ ମିଳିଛି l ଉକ୍ତ ବନ୍ଧୁକ ଗୁଡିକ ଗ୍ରାମର ରତି ରାମ ଗଣ୍ଡ (୨୫),ରାମ ଗଣ୍ଡ( ୩୫),ରଘୁ ଗଣ୍ଡ (୩୦),ଓ ବାସୁ ଦେବ୍ ଗଣ୍ଡ (୨୨) ମୋଟ ଚାରି ଜଣ ରଖି ବ୍ୟବହାର କରୁଥିବା ପ୍ରମାଣ ପାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି l ତେବେ ଦୁର୍ଗମ ଅଞ୍ଚଳର ଏହି ଚାରି ଯୁବକ କେଉଁ ଉଦେଶ୍ୟରେ ବନ୍ଧୁକ ବ୍ୟବହାର କରୁଥିଲେ ପୋଲିସ ତଦନ୍ତ କରି ଜଣା ପଡିଛି କି ରାଇଘରବ୍ଲକ ରେ ମକା ଚାଷ ଉପରେ ଅଧିକ ନିର୍ଭରଶିଳ l ରାଇଘର ଅଂଚଳ ରେ ମକା ଚାଷ ସମୟରେ ଜଂଗଲ ବାରା ଓ ଅନ୍ୟାନ୍ୟ ଜୀବଜନ୍ତୁ ମକା ଚାଷ କୁ ନଷ୍ଟ କରୁଥିବା ଋ ସେହି ବନ୍ୟପ୍ରାଣୀ ଡରାଇବା ପାଇଁ ବନ୍ଧୁକ ବ୍ୟବହାର କରୁଥିବା ଜଣାପଡ଼ିଛି l ଏ ନେଇ ଥାନାରେ କେଶ୍ ନମ୍ବର ୧୭୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି l ଶନିବାର କୋର୍ଟ ଚାଲାଣ କରି ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଘଟଣା ର ତଦନ୍ତ ଜାରୀ ରହିଥିବା ଜଣାପଡିଛି l
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ