ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନୂଆଖାଇ

ନୂଆ ଖାଇ

ଉପେନ୍ଦ୍ର କୁମାର ବସ୍ତିଆ

   
ବରଷକେ ଥରେ ଆସେ ନୂଆଖାଇ 
    ଭାଦ୍ର ଶୁକ୍ଳ ପଞ୍ଚମୀରେ 
ପଶ୍ଚିମ ଓଡ଼ିଶା ହୁଏ ମୁଖରିତ 
    ଏହି ଅପୂର୍ବ ପର୍ବରେ ।।
ଇଷ୍ଟଦେବୀ ମାଆ ଜଗତ ଜନନୀ 
    ବିପଦେ ଆପଦେ ସାହା 
କଲ୍ୟାଣ କାରିଣୀ ବିପଦ ଭଂଜନୀ 
    ସଙ୍କଟରେ କରେ ଆହା ।।
ପୁରେ ପୁରେ ଆଜି ନବାନ୍ନ ମହକ 
    ନବବସ୍ତ୍ର ପରିଧାନେ 
ଶରଧାରେ ଖାଇ ପ୍ରସାଦ ନବାନ୍ନ 
    ପ୍ରଣମଉ ଗୁରୁଜନେ ।।
ରାଗ ଋଷା ମାନ ଅଭିମାନ ଭୁଲି 
    ଘରେ ଘରେ ଭେଟ ଘାଟ 
ସ୍ନେହ ମମତାର ଅତୁଟ ବନ୍ଧନ 
    ଶରଧାର କଳ୍ପବଟ ।।
ନବାନ୍ନ ନୈବେଦ୍ୟ ସମର୍ପି ମାଆଙ୍କୁ 
    କରୁଅଛୁ ନିବେଦନ 
ସୁଖ ଶାନ୍ତି ଭରୁ ପ୍ରତିଟି ପରାଣେ 
    ଦୂରେଇ ଯାଉ କଷଣ ।।

  ରାଉରକେଲା

Related posts

ମଧୁସୂଦନ ମହାପାତ୍ର କବିତା ଦୀନବନ୍ଧୁ

Sunil Chandra Nayak

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ 131 ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!