ଧର୍ମଗଡ଼, – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜାତୀୟ ରାଜପଥ ୧୩୦ ସି କୁ ଲାଗିରହିଥିବା ନୟନ ସାଗରକୁ ଆଦର୍ଶ ପୋଖରୀ ଭାବେ ଘୋଷଣ କରାଯାଇଥିବା ବେଳେ ଏବେ ଏନଏସି ଏହି ପୋଖରୀ ହୁଡା କଡ ରେ ସହର ର ଯାବତୀୟ ଅଳିଆ ଆବର୍ଜ୍ଜନା ନେଇ ଗଦା କରୁଛି ଫଳ ରେ ଏକ ପୂତିଗନ୍ଧ ମୟ ପରିବେଶ ସୃଷ୍ଟି ହେବା ଦ୍ୱାରା ଲୋକେ ହଇରାଣ ହେଉଚନ୍ତି ଏହା କୁ ନେଇ ଆଜି ପଡ଼ାବାସୀ ଅସନ୍ତୋଷ ବ୍ୟକ୍ତକରି ରାଜପଥ ଅବରୋଧ କରିଥିଲେ ।
ଏହି ପୋଖରୀ ଏବେ ଅଳିଆ ଆବର୍ଜନା ରେ ଭର୍ତି ରହୁଛି ତେବେ ଆଜି ଏହି ଠାରେ ମଲା ଗାଈ ପଡ଼ି ଥିବାର ଦେଖି ସ୍ଥାନୀୟ ଲୋକେ ଉତ୍ୟକ୍ତ ହେବା ସହ ଧର୍ମଗଡ ରୁ ଛତିଶଗଡ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ କୁ ଟାୟାର ଜାଳି ଅବରୋଧ କରିଥିଲେ । ପ୍ରଶାସନ ତରଫରୁ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ରୁ ଓହରିଥିଲେ । ( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )