କେସିଙ୍ଗା– କଳାହାଣ୍ଡି ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରତିନିଧି ମଣ୍ଡଳ କେସିଙ୍ଗା ବ୍ଳକ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ନିର୍ବାଚନରେ ଓବିସିଙ୍କ ସଂରକ୍ଷଣ ଦାବିରେ ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବଂଶୀପାଣି ସାହା ,ଓବିସି ମୋର୍ଚ୍ଚା କଶୃପଡା ମଣ୍ଡଳ ସଭାପତି ଜିତେନ୍ଦ୍ର ପଧାନଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏକ ୭ ଦଫା ଦାବିପତ୍ର ମାଧ୍ୟମରେ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଆଳ ଦେଖାଇ ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଞ୍ଚିତ କରାଇବାରେ ଚେଷ୍ଟା କରୁଛନ୍ତି। ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଆଧାରରେ ପ୍ରତିନିଧିତ୍ଵ କରିବା ପାଇଁ ପଛୁଆ ବର୍ଗକୁ ଯେଉଁ ସାମ୍ବିଧାନିକ ଅଧିକାର ଦିଆ ଯାଇଛି ତାହା ସୁନିଶ୍ଚିତ କରିବା ପରେ ପଞ୍ଚାୟତ ନିର୍ବାଚନ କରିବାକୁ ଦାବି କରାଯାଇଛି।ଓବିଶି ସଂରକ୍ଷଣ ସଂପର୍କରେ ରାଜ୍ୟପାଳ ଙ୍କୁ ବିଡିଓ ଜରିଆରେ କେସିଙ୍ଗା ଦାବିପତ୍ର।
କେସିଙ୍ଗା ବ୍ଲକ ଓବିଶି ମୋର୍ଚା ର ବଂଶିପାଣି ସାହା ଙ୍କ ନେତୃତ୍ୱରେ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଉତ୍କେଲା ମଣ୍ଡଳ ରୁ ମନୋଜ କୁମାର ସାହୁ,କଶୃପଡା ମଣ୍ଡଳ ରୁ ଜିତେନ୍ଧ୍ର କୁମାର ପ୍ରଧାନ,ବୋରିଆ ମଣ୍ଡଳ ରୁ ରଘୁନାଥ ବାଗ,ମୁନ୍ନା ସ୍ବାଇଁ,ସାଧବୀ ଭୋଇ,ଜଗନ୍ନାଥ ବାଗ,ମଧୁସୁଦନ ସ୍ବାଇଁ,ସନ୍ୟାସୀ ବିଶି ପ୍ରମୁଖ ଉପସ୍ଥିତ
ରହିଥିଲେ।
ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କରିପୋର୍ଟ