ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଳମାଧବ ଆଦିବାସୀ ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କାମାକ୍ଷାନଗର -: ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ନିଳମାଧବ ଆଦିବାସୀ ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ମୁଖ୍ୟତଃ ଗନ୍ଦିଆ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନିଶା କାରବାର ବଢିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଗନ୍ଦିଆ ବ୍ଳକର ମହିଳା ଶାଖା ତରଫରୁ ଏହି ଦାବି ପତ୍ରଟି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କୁ ପ୍ରଦାନ କରିଥିଲେ । ଗନ୍ଦିଆ ବ୍ଲକ ର ବିଭିନ୍ନ ଗ୍ରାମ ଯାଜପୁର ଜିଲ୍ଲା କୁ ଲାଗି ରହିଛି । ଏହି ଥାନାକୁ ଯାଜପୁର ଜିଲ୍ଲାରୁ ମଦ ମାଫିଆ ମାନେ ଅବାଧ୍ୟରେ ଆସି ବିଭିନ୍ନ ଗ୍ରାମରେ ଗରିବ ଗୁରୁବା ଲୋକ ମାନଙ୍କୁ ନିଶା ସେବନ କରାଇବାରେ ଲାଗିଛନ୍ତି । ଫଳରେ ପରିବାର ଧ୍ଵଂସାଭିମୁଖୀ ହେବାର ଲାଗିଛି । କେବଳ ପୋଲିସ୍‌ ଓ ଏକ୍ସାଇଜ୍‌ ବିଭାଗ ସଜାଗ ରହି ଏହି ମାଫିଆ ମାନଙ୍କୁ ସଜାଗ କରି ପାରିବେ । ବିଶେଷ କରି ଶବର ଆଦିବାସୀ ମାନେ ଦିନ ମଜୁରିଆ ଶ୍ରେଣୀର ଓ ଦିନକୁ ଯେତିକି ରୋଜଗାର କରିଥାଆନ୍ତି, ସେତିକି ମଦ୍ୟ ପାନ କରି ଅର୍ଥ ଉଜାଡି ଦିଅନ୍ତି ଯା ଦ୍ୱାରା କି ଘରେ ପିଲା ଛୁଆ ଭୋକିଲା ରହିବା ସଙ୍ଗେ ସଙ୍ଗେ ପାଠ ପଢିବାରୁ ବଞ୍ଚିତ ରହୁଛନ୍ତି ।ଜିଲ୍ଲା ପ୍ରସାଶନ ସତର୍କ ନ ହେବାରୁ ମଦ ମାଫିଆ ମାନେ ଗ୍ରାମ ପରିବା ଓ ଜଳଖିଆ ଦୋକାନରେ ରଖି ବେପାର କରୁଛନ୍ତି । ଏଣୁ ଆଦିବାସି ସବର ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ପ୍ରହଲ୍ଲାଦ ଶବର,ତୁଳସୀ ଦେହୁରୀ , ମିନି ହେହୁରୀ, ରଇବାରି ଅଡୁଆ, ତପନୀ ଖଟୁଆ,ଲୋଚନୀ ଦେହୁରି, ଗଉରୀ ଖଟୁଆ ଓ ସମସ୍ତ ଗ୍ରାମବାସୀ ଏକତ୍ରୀତ ହୋଇ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରିଥିଲେ।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ  ପକ୍ଷରୁ ଦାବିପତ୍ର

Sunil Chandra Nayak

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

Sunil Chandra Nayak

Leave a Comment

error: Content is protected !!