ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନମୋ ନମଃ ଶ୍ରୀ ଗଣେଶ

ନମୋ ନମଃ ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଦେବ ହେ! ଗଣନାୟକ
        ଏକଦନ୍ତ ଗଜାନନ,
ବିଘ୍ନ ବିନାଶକ ସିଦ୍ଧି ପ୍ରଦାୟକ
        ଦିଅ ହେ! ସୁବୁଦ୍ଧି-ଜ୍ଞାନ,
ଏକାକ୍ଷର ଦେବ ଆହେ ଚତୁର୍ଭୁଜ
       ବକ୍ରତୁଣ୍ଡ ଗଜକର୍ଣ୍ଣ,
ଆହେ!ଲମ୍ବୋଦର ଭବାନୀନନ୍ଦନ
       ବିନାୟକ ଧୂମ୍ରବର୍ଣ୍ଣ,
     ଆହେ! ମୂଷିକ ବାହନ
ରିଦ୍ଧି-ସିଦ୍ଧି ଭର୍ତ୍ତା ଶୁଭ-କ୍ଷେମ ପିତା
  ନମୋ ନମଃ ଶ୍ରୀ ଗଣେଶ l୧l
ଶୁଭାରମ୍ଭେ ଦେବ ତୁମେ ଶୁଭ କର୍ତ୍ତା
     ଭୂପତି ହେ! ଅବନୀଶ,
କୋଟିସୂର୍ଯ୍ୟ ଆଭା ତବ ମୁଖେ ଦେବ
     ବିଦ୍ୟାଦାତା ହେ!କବୀଶ,
ଆହେ ଦେବବ୍ରତ ଏକାକ୍ଷର କ୍ଷୀପ୍ରା
     ତୁମେ ମଙ୍ଗଳ ପ୍ରତୀକ,
ସର୍ବ ବିଘ୍ନହାରୀ ଭବାନୀନନ୍ଦନ
      ଲମ୍ବୋଦର ରୁଦ୍ରପ୍ରିୟ,
     ଦୂର୍ବାଦଳେ ହୁଅ ତୋଷ
 ତବ ଦୟା ବଳେ ସର୍ବ କାର୍ଯ୍ୟସିଦ୍ଧି                      
ନମୋ ନମଃ ଶ୍ରୀ ଗଣେଶ  l୨l
      
ଅଗ୍ରପୂଜ୍ୟ ବୋଲି ପ୍ରତି ଶୁଭାରମ୍ଭେ
     ତୁମେ ହୁଅ ଅଗ୍ରଗଣ୍ୟ,
ବିଘ୍ନବିନାଶକ ହେ!ସିଦ୍ଧିଦାୟକ ‌ ତୁମେ ଗଉରୀ-ନନ୍ଦନ ,
ଲାଲମନ୍ଦାରର ପୁଷ୍ପମାଳ ହାର
    ତବ ପ୍ରିୟ ଗେଣ୍ଡୁଫୁଲ 
ଦୂର୍ବାଦଳ ଗୁଚ୍ଛ ତୁମକୁ ଅର୍ପିଲେ
     କର୍ମରେ ଦିଅ ସୁଫଳ ,
   ଦିଅ ହେ ! ଦେବ ଆଶିଷ
ଲଡୁ-ମୋଦକର ଭୋକ୍ତା ଲମ୍ବୋଦର 
  ନମୋ ନମଃ ଶ୍ରୀ ଗଣେଶ  l୩l

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମ ଭୂମି- ମଣ୍ଡଳ (ବଲାଙ୍ଗିର)

Related posts

ଜୟ କୁମାରମିଶ୍ର ଙ୍କ କବିତା ବିଛୁଆତି କେବେ, ହୁଏନା ତୁଳସୀ 

Sunil Chandra Nayak

ଉପରପାଳ ଗ୍ରାମ ରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ

ଉଠାଦୋକାନିଙ୍କୁ ଥଇଥାନ ଦାବି

Sunil Chandra Nayak

Leave a Comment

error: Content is protected !!