ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

        ଗୁରୁ

ଗୁରୁ ଆମ ଶ୍ରେଷ୍ଠ ଗୁରୁ ଆମ ଜ୍ୟେଷ୍ଠ 
ଗୁରୁ ହିଁ ମାର୍ଗଦର୍ଶକ, 
ଜ୍ଞାନ ଦକ୍ଷତାର ଔଜ୍ୱଲ୍ୟ ଭଣ୍ଡାର 
ଗୁରୁ ପଥ ପଦର୍ଶକ l
ଜ୍ଞାନର ବାରିଧି ଆଦର୍ଶର ନିଧି 
ସଂସ୍କାର ସଂସ୍କୃତି ଦେଇ, 
ନୀତିଶିକ୍ଷା ଦାନେ ପ୍ରୀତ ହୋଇ ମନେ 
ଗୁରୁ ନାମ ସଦା ପାଇ l
ବତୀ ପରି ନିଜେ ଚିରନ୍ତନ ଜଳି
ଜ୍ଞାନର ଆଲୋକ ଢାଳି, 
ଚେତନାର ଶକ୍ତି ମନେ ଭରିଦେଇ 
ଅଜ୍ଞାନ ଦିଅନ୍ତି ଟାଳି l
ଉତ୍ତମ ଚରିତ୍ର ଶୃଙ୍ଖଳିତ ଜ୍ଞାନ 
ସ୍ନେହ ଶ୍ରଦ୍ଧା ବିତରଣ,  
ପ୍ରେରଣା ଉତ୍ସାହ ଭବିଷ୍ୟତ ଦାନ 
ଶୁଝିକି ପାରିବା ଋଣ l
ଗୁରୁ ମନ୍ଦାକିନୀ ପୂଣ୍ୟ ବୀଜ ବୁଣି 
ପାପ ରାଶି ସବୁ ଧୋଇ, 
ମନ ହୃଦୟକୁ ପବିତ୍ର କରନ୍ତି 
ମଳୟ ପବନ ହୋଇ l
ଗୁରୁ ମାତା ପିତା ଗୁରୁ ଶିକ୍ଷା ଦାତା 
ଗୁରୁ ଆମ ଦୀକ୍ଷା ଦାତା, 
ଜଗତର ଗୁରୁ ପ୍ରଭୁ ଭଗବାନ 
ସଂସାରର ମୁକ୍ତିଦାତା l
ହେ ମହାମହିମ ରଖିଗଲ ନାମ 
ଶ୍ରେଷ୍ଠ ଗୁରୁ ତୁମେ ହୋଇ, 
ହେ ପ୍ରଜ୍ଞା ପୁରୁଷ ରହିଗଲା ଯଶ 
ବହୁ ସମ୍ମାନକୁ ପାଇ l

ଡ.ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ

Related posts

କଳାହାଣ୍ଡି ଜିଲ୍ଲା ରେ ପୁଣି ମାତିଲେ ମାଓବାଦି..ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

ବେହେରା ଗ୍ରାମ ରେ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଚୋରି

Sunil Chandra Nayak

Leave a Comment

error: Content is protected !!