ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ଗୁରୁ

       ଗୁରୁ 

ଗୁରୁ ଅର୍ଥ ଭାରି ଗୁରୁ ଗରିୟାନ
          ଗୁରୁ ଦିଏ ଶୁଦ୍ଧ ଜ୍ଞାନ
ଗୁରୁ ପାଦ ତଳେ ପ୍ରଣମି କହୁଛି
          ଗୁରୁ ସର୍ବଶ୍ରେଷ୍ଠ ଜାଣ ।
ଗୁରୁ ଶିକ୍ଷା ଦିଏ ଲେଖିବା ପଢିବା
         ଗୁରୁ କରେ ସ୍ବଚ୍ଛ ମନ
ଗୁରୁ ବିନା ସିଦ୍ଧି ଗୁରୁ ବିନା ମୁକ୍ତି
        ହୋଇ ପାରିବନି ଜାଣ ।
ଗୁରୁ ହିଁ ଈଶ୍ବର ସର୍ବ ପ୍ରାଣଧାର
          ଗୁରୁ ବିନା ନାହିଁ ମୁକ୍ତି
ଗୁରୁ ଦିଏ ବୁଦ୍ଧି ଗୁରୁ କରେ ସିଦ୍ଧି
         ବଞ୍ଚି ବାରେ ଦିଏ ଶକ୍ତି ।
ଗୁରୁ ଅଟେ ମାତା ଗୁରୁ ଅଟେ ପିତା
         ଗୁରୁ ଅଟେ ଶିକ୍ଷା ଦାତା
ତାଙ୍କରି ଆଶିଷ ଥିଲେ ଏ ମସ୍ତକେ
         ହୋଇବା ଜଗତ ଜିତା ।
ଯିଏ ନେଇଥାଏ ଅନ୍ଧାରୁ ଆଲୋକେ
       ସେ ସିନା ଅଟଇ ଗୁରୁ
ମାତା ପିତା ଆଉ ଶିକ୍ଷାଦାତା ଗୁରୁ
       ପ୍ରଣାମ କରୁଛି ଦୂରୁ ।

ପ୍ରେମଶିଳା ବେହେରା

 ଭବାନୀପାଟଣା କଳାହାଣ୍ଡି

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ରାଇରଙ୍ଗପୁରରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ , ନର୍ଲାବ୍ଲକ ଅଧ୍ୟକ୍ଷା ଭାବରେ ପୁଣି ନିର୍ବାଚିତ ହେଲେ ମନୋରମା ମହାନ୍ତି

Sunil Chandra Nayak

Leave a Comment

error: Content is protected !!