ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ୱରେ ଅନୁକରଣୀୟ.

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ଆଦିବାସୀ ପରମ୍ପରା ର ସୁରକ୍ଷାରେ ଏକ ଆଲୋଚନା ଚକ୍ର ଚଳିତ ମାସ ୪ତାରିଖ ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ ଲୋକ ଦୃଷ୍ଟି କଲେଜ ଅଫ ଆଡଭାନ୍ସ ଟେକ୍ନୋଲୋଜି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ଆଦିବାସୀ ପରମ୍ପରା ଓ ସଂସ୍କତିକୁ ନେଇ ଜୀବନ ବ୍ୟାପି ସାଧନା କରି ଆସୁଥିବା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଜିଲ୍ଲାର ଆଦିବାସୀ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ଆଦିବାସୀ ସଂସ୍କୃତି ଓ ପରମ୍ପରା ନିଜସ୍ଵ କ୍ଷେତ୍ରରେ ଏକ ସୁନ୍ଦର ଏବଂ ସହାବସ୍ଥାନର ସଂସ୍କୃତି। ଏଭଳି ସଂସ୍କୃତି ସମୟ ପ୍ରବାହରେ ବା ହସ୍ତକ୍ଷେପରେ ପ୍ରଭାବିତ ହୋଇ ନିଜର ସ୍ଥିତି ହରାଉଛି ଏଣୁ ଏହି ସଂସ୍କୃତି ର ସୁରକ୍ଷା ଏବଂ ସେମାନଙ୍କୁ ସମୃଦ୍ଧ କରିବା ପାଇଁ ଏଭଳି ଆଲୋଚନା ଚକ୍ର ଆୟୋଜନ କରାଯାଇ ଥିବା ପରିଷଦର ଅଧ୍ୟକ୍ଷା ଓ ଲେଖିକା ଡକ୍ଟର ସୁନିତି ମୁଣ୍ଡ ପ୍ରକାଶ କରିଛନ୍ତି। ଉପସ୍ଥିତ ଜନସାଧାରଣ ଆଲୋଚନାର ବିଷୟ ଉପରେ ଆଲୋଚକ ଙ୍କ ସହିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ପରେ ଏଲସିଏଟି ର ଅଧ୍ୟକ୍ଷ ଶ୍ରୀ ଅବନୀ ମୋହନ ପାଣିଗ୍ରାହୀ ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂପର୍କରେ ତାଙ୍କ ଅନୁଭୂତି ବାଢ଼ିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।ଲୋକ ଦୃଷ୍ଟି କଲେଜ ଅଫ ଆଡଭାନ୍ସ ଟେକ୍ନୋଲୋଜି ଏହି କାର୍ଯ୍ୟକ୍ରମ ରେ ସହଯୋଗିତା କରିଥିଲେ। ଆଦିବାସୀ ପ୍ରତିନିଧି ମାନଙ୍କ ସହିତ ଶତାଧିକ ଜନସାଧାରଣ ଓ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଆଦିବାସୀ ପ୍ରକୃତି ଓ ସଂସ୍କୃତି ବିନା ବିଶ୍ୱର ସାଂସ୍କୃତିକ ଜୈବ ବିବିଧତା ବିପଦଜନକ ସ୍ଥିତିରେ ପଡ଼ିଅଛି ତେଣୁ ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ବରେ ଅନୁକରଣୀୟ ଲକ୍ଷହୀନ ହେବା ଉଚିତ ବୋଲି ଏହି ଆଲୋଚନାର ମୁଖ୍ୟବିନ୍ଦୁ ଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଉରକେଲା ବିକାଶ ମଞ୍ଚର ଦ୍ବିତୀୟ ସଚେତନତା ସମାବେଶ

Sunil Chandra Nayak

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ସାଂସଦ ଙ୍କୁ ସାକ୍ଷତ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଲମ

Leave a Comment

error: Content is protected !!