Uncategorizedସୁଶାନ୍ତ କୁମାର ଜେନା ଙ୍କ କବିତା ସାବିତ୍ରୀ by Sunil Chandra NayakSeptember 6, 2022September 6, 20220112 Share0 ।। ସାବିତ୍ରୀ ।। କେଉଁ ଉପାଦାନରେ ଗଢ଼ା ତୁ ? ତୋ ଛାତିରେ ମୁଁ ଦେଖିଛି ମହମର କଲିଜାଟେ ବେଳ ଅବେଳରେ ପୁଣି ସେଇ ମହମ ପାଲଟିଛି ପଥର ତୋ ଆଖିରେ ଦେଖିଛି ଅୟୁତେ ଆଷାଢ଼ ଆଉ କେବେ ହିମାଳୟ ପାଲଟିଛି ଅଶାନ୍ତ ସାଗର ବିଜ୍ଞାନ, ଭୂଗୋଳ ପୋଥି ଆଡେ଼ଇ ଯାହା ଜାଣିଲି ତା’ଠୁଁ ତୁ କେମିତି ଗୋଟେ ଅଧିକା ଅଧିକା ଲାଗିଲୁ ଆଉ ଟିକେ ପଛକୁ ଫେରି ଦେଖିଲି ପ୍ରେମର ଜଳ ଭରା ନଈ ହେଇ ଛଳଛଳ ବହି ଯାଉଛି ଗଙ୍ଗାଟିଏ ମୃତ୍ୟୁକୁ ଵି ଅମୃତର ଜୀବନ ଫେରାଇ ପାରୁଥିବା ଦେବୀ ଟିଏ ମଥା ନୋଇଁ ଗଲା ତୋ ଆଗରେ ତୋ କୋଳରେ ମୁଁ ଦେଖୁଥିଲି ବିଶ୍ଵବ୍ରହ୍ମାଣ୍ଡ ଆଃ… ସତେ କି ଯଶୋମତି କୋଳରେ କଳାକାହ୍ନୁ ! ଦେଖିଲି, ତୋ ପ୍ରେମର ଅବିରତ ଧାରା ଝରି ଚାଲିଛି ଆକାଶରୁ ପାତାଳ ଯାଏ ମୃତ୍ୟୁର ଦେବତାକୁ ଅମୃତର ବନ୍ଧନରେ ବାନ୍ଧି ଫେରାଇ ଆଣୁଛି ଜୀବନକୁ ଇଛା ହେଲା ତୋ ପାଦ ଯୁଗଳରେ ଢ଼ାଳି ଦେବାକୁ କମଳ କୁସୁମାଞ୍ଜଳି ତୋ ଶୁଭଦ ବରଦ ହସ୍ତ ଲମ୍ବି ଆସୁଥିଲା ମୋ ମଥା ଉପରକୁ ତୁ ହସୁଥିଲୁ ମୁକ୍ତାଝରା ହସ ଶୁନ୍ୟତା ସବୁ ପୂର୍ଣ୍ଣତା ହେବା ଯାଏ ସୁଶାନ୍ତ କୁମାର ଜେନା, ବଡ଼ବିଲ (ଶେଡ଼ିଂ, ଶନି ମନ୍ଦିର ପାଖ), ପିନ୍ -୭୫୮୦୩୫, କେନ୍ଦୁଝର,