ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ନୂଆଖାଇ ଭେଟଘାଟ

କୋକସରା,୬ା୯- ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ମଙ୍ଗଳବାର ଡୋକରୀ ଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉନ୍ନୟନ କମିଟି ସଭାପତି ଭଦ୍ରଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ଘାସିରାମ ପାଟ୍ଟଯୋଷୀ ଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶୋକସଭା ମାଧ୍ୟମରେ ସ୍ୱର୍ଗତଃ ପାଟ୍ଟଯୋଷୀଙ୍କ ଅବଦାନ ଓ ଶୃତି ଚାରଣ କରାଯାଇଥିଲା । ପରେ ଉପସ୍ଥିତ ସମସ୍ତେ ଏକା ସାଙ୍ଗରେ ନବାନ୍ନ ଗ୍ରହଣ କରିଥିଲେ ଏବଂ ପରସ୍ପରଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆଖାଇ ଜୁହାର କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଅହିଂସା ରଥକୁ ଝିପିଝିପି ବର୍ଷା ସତ୍ତ୍ୱେ ପ୍ରାୟ ୫ଶହ ଲୋକଙ୍କ ଗହଣରେ ଡୋକରୀଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ୱର ପାତ୍ର, ଉପସଭାପତି ଅଇରୀ ନାଶନ ଚିନ୍ଦା, ସାଧାରଣ ସଂପାଦକ ଘନଶ୍ୟାମ ନାଏକ, ଉପସଭାପତି ସୁଧିର ପାତ୍ର, ସଂପାଦକ ନିଲାମ୍ବର ନାଏକ ଓ ମଧୁବନ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ଗରୁଡଧ୍ୱଜ ମାଝି, ଟେମରା ସରପଞ୍ଚ ବରିଷ୍ଠ କ୍ଷିତିରାମ ପାତ୍ର, ଗରୀଧାରୀ ନାଏକ, ସହଦେବ ମାଝୀ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସମିତି ସଭ୍ୟା ପାର୍ବତି ବାଗ, ସମେତ ଖଲିଗଡ ଗ୍ରାମବାସୀ ଓ ଉନ୍ନୟନ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ସ୍ୱାର୍ଥପର

Sunil Chandra Nayak

ସାଂସଦ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲକାଙ୍କ ମୁନିଗୁଡା ବ୍ଲକ ଗସ୍ତ

Sunil Chandra Nayak

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

Sunil Chandra Nayak

Leave a Comment

error: Content is protected !!