ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

ନବରଙ୍ଗପୁର ତା ୦୭/୦୯ ସ୍ବାଧୀନତାର ୭୫ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ଦେଶମାତୃକା ପାଇଁ ଲଢେଇ କରି ବଳିଦାନ ଦେଇଥିବା, ତ୍ୟାଗ କରିଥିବା ବୀର ସ୍ବାଧିନତା ସଂଗ୍ରାମୀ ଙ୍କ ଅପାସର କାହାଣୀ,ଭାଇଚାରା ସମ୍ପର୍କର ବାର୍ତ୍ତା ବହନ କରୁଥିବା ଅହିଂସା ରଥ ପଡିଶା ଜିଲ୍ଲା କଳାହାଣ୍ଡି ପରିକ୍ରମା ସାରି ଆଜି ନବରଙ୍ଗପୁର ଜିଲ୍ଲା ପରିକ୍ରମା ରେ ପହଞ୍ଚିଛି। ଦୁଇଟି ଅହିଂସା ରଥ କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଓ କଳାହାଣ୍ଡି ବୋର୍ଡର ଆମ୍ ପାଣି ଘାଟି ନିକଟସ୍ଥ ବିରି ମାନ୍ ପୁର ଛକ ରୁ ଦୁଇ ଟି ରଥ କୁ ସ୍ବାଗତ କରି ଅଣା ଯାଇ ମଇଦଲ ପୁର ରେ ଏକ ବିରାଟ ଶୋଭା ଯାତ୍ରା, ସଂସ୍କୃତି କ କାର୍ଯ୍ୟକ୍ରମରେ ଅହିଂସା ରଥ କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇ ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଜିଲ୍ଲା ସ୍ତରୀୟ ଅଧିକାରୀ, ପାପଡା ହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ , ତହସିଲଦାର,ପିଆର୍ ଆଇ, ମେମ୍ବର, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ପାପଡାହାଣ୍ଡି ବ୍ଲକ୍ ରୁ ସହିଦ୍ ମିନାର ଯାଏଁ ରଥ କୁ ଭବ୍ୟ ସ୍ଵାଗତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଦଶ ଗୋଟି ବ୍ଲକ୍ ଓ ଦୁଇ ଗୋଟି ପୌରପାଳିକା ତିନି ଦିନ ରହଣି ମଧ୍ୟରେ ଅହିଂସା ରଥ ପରିକର୍ମା କରିବ। ଆଜି ଦୁଇ ଟି ଅହିଂସା ରଥ,ପାପାଦା ହାଣ୍ଡି, କୋଷଗୁମୁଡ଼ା, ଡାବୁ ଗାଁ, ଚନ୍ଦା ହାଣ୍ଡି, ନବରଙ୍ଗପୁର ବ୍ଲକ୍ ପରିକ୍ରମା କରିଛି। ଏଥିରେ ସଂପୃକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ବିଶିଷ୍ଟ ନାଗରିକ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ସଫଳ। ଦାସ ଙ୍କ କବିତା କିଛି ରହି ଯାଏ

Sunil Chandra Nayak

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି

Leave a Comment

error: Content is protected !!