ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

 ମୟୂରଭଞ୍ଜ -୦୮/୦୯/୨୦୨୨ (ମସିହା) ଦକ୍ଷିଣ -ପୂର୍ବ ରେଲଓ୍ବେ କୋଲକାତା, ପ୍ରମୁଖ ମୁଖ୍ୟ ଚିକିତ୍ସାନିର୍ଦେଶକ ଡାକ୍ତର ମିହିର କୁମାର ଚୌଧୁରୀଙ୍କର ଟାଟା ନଗର -ବାଦାମପାହାଡ ରେଲଓ୍ବେ ସେକ୍ସନ ନିରୀକ୍ଷଣ ପାଇଁ ରାଇରଙ୍ଗପୁର ଷ୍ଟେସନରେ ପହଞ୍ଚି ତଦାରଖ କରିଥିଲେ ।ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ତାଙ୍କୁ ସାକ୍ଷାତ କରି ରାଇରଙ୍ଗପୁର/ଅଁଳାଯୋଡିରେ ରେଲଓ୍ଵେ କର୍ମଚାରୀ ପାଇଁ ଏକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିବେଦନ କରିଥିଲେ ।ତଦସହ ଷ୍ଟେସନରେ ମେଡିକାଲ ସେବା ପାଇଁ ହୁଇଲ ଚେୟାର,ଷ୍ଟ୍ରେଚର ବ୍ୟବସ୍ଥା କରିବା ଶୌଚାଳୟରେ ବୟସ୍କଙ୍କ ପାଇଁ ଖମ୍ବ ଟଏଲେଟ,ପିଇବା ପାଣି ବ୍ୟବସ୍ଥା ନେଇ ଅବଗତ କରାଇବା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂତନ ସିଡ଼ିପିଓ ଯୋଗ ଦେଲେ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମାଗୋ କମଳିନୀ

Sunil Chandra Nayak

Leave a Comment

error: Content is protected !!