ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ଗଳ୍ପ ସ୍ୱପ୍ନରେ ଗଛ ସହ କିଛି ସମୟ

ସ୍ୱପ୍ନରେ ଗଛ ସହ କିଛି ସମୟ

         

                         ନିରୁପମା ପାଣି

 

ତିନି ମାସ ହେଲା ରୋଗ ଶଯ୍ୟା ରେ ପଡି ମନଟା ଭାରାକ୍ରାନ୍ତ ଲାଗିଲାଣି !! ନିସଙ୍ଗ ଜୀବନତ କଷ୍ଟ ପୁର୍ଣ ପୁଣି ଗୋଡ ଅଚଳ ପରେ ଆହୁରି ଯନ୍ତ୍ରଣା ଦେଉଛି ଏ ଅଲୋଡା ଜୀବନଟା!! ଯଦିବି କିଏ ଆହା କରନ୍ତେ ମୁଁ ତ ଅର୍ଥ ଶୁନ୍ୟ ମଣିଷ କିଏବା କ ଣ ପାଇବ ମୋ ଠାରୁ ମୋ କଥା ବୁଝିବ ! ଯଦି ମୋ ଯାଗାରେ କେହି ଧନୀ ପଇଶା ବାଲା ଥାଆନ୍ତା ତାକୁ ସେବା ଆଦର କରିବାକୁ ସାଇ ପଡିଶା ବି ଧାଇଁ ଆସନ୍ତେ ! ହେଲେ ଏଇ ଛୋଟ ହୃଦୟ ଟା ବିଳାପ କରେ କାହାଠୁ କିଛି ପାଇବା ଆଶାରେ !! କାହାକୁ କିଛି ନକହି ପାରିଲେବି ବିଦ୍ରୋହ କରିଉଠେ କିଛି ଘଟଣା ଯାହା ମୋର ଏଇ ଅଭାବ ଅବସ୍ଥା ଲାଗି ଦାୟୀ!!

  ଏମିତି ଏଣୁ ତେଣୁ ଚିନ୍ତାକରି କାଲି ରାତିରେ ଆଖି ପତା ଲାଗିଯାଇଥାଏ !! ଆମ ଗାଆଁ ପୋଖରିକୂଳ ଚିଆର ବରଗଛ ମୋତେ ଦେଖାଗଲା ଆଉ କହିଲା ତୁ କେତେ ଦିନ କାହାର କଣ କରି ପକେଇଛୁ ଉପକାର ଯେ ଏତେ ଆଶା କରୁଛୁ !! ମୁ ମୋ ଅକୁହା ଦୁଃଖ ଯାହାକୁ କାହାକୁ କହି ପାରେନି କି କେହି ମୋ ମୁହଁ ଦେଖି ବୁଝି ପାରେନି , ତାକୁ ସବୁ ଗୁଡା ଡଗ ଡଗ ହୋଇ କହିଦେଲି ଆଖିରେ ମୋର ଲୁହ ଧାର ବି ବୋହି ଚାଲିଥାଏ !! ଚିଆର ବରଗଛ ଠୋ ଠୋ ହସିଲା ଆଉ କହିଲା ତୁ ତ ସାମାନ୍ୟ ଦୁଃଖ ରେ ଭାଙ୍ଗି ପଡୁଛୁ !! ଆଗକୁ ଆହୁରି ଅନ୍ୟାୟ ଅନିତୀ ଦେଖିବୁ ସେତେ ବେଳେ କଣ କରିବୁ !! ମୋତେତ ତିନିଶହ ବର୍ଷ ହୋଇଥିଲା ,ମୁଁ କେବଳ ମଣିଷର ସେବା କରୁଥିଲି !! ତୁ ତ ଦେଖିଛୁ ମୋ ଶିଅ ଚିଆର ଭଳି ଥିଲା ପୋଖରି କୂଳରେ କେତେ ଲୋକ ଖରାଦିନେ ବସନ୍ତି , ତୁ ବି ଅନେକ ଥର ବସିଛୁ !! ଆଉ ବର୍ଷା ଝଡିରେ ମୁଳରେ ଗାଆଁ ଟା ସାରା ମଳତ୍ଯାଗ କରୁଥିଲେ ନିଜ ଆଖିରେ ଦେଖିଛୁ ତୁ ! ମୁଁ ବି ହଁ ମାରିଲି କାରଣ ଚିଆର ବରଗଛ ସତ ହିଁ କହୁଥିଲା !! 

ପୁଣି ଆରମ୍ଭ କଲା ଗାଆଁ ଟା ସାରା ଛେଳି ବର୍ଷା ଖରା ଦିନେ ମୋରି ଡାଳ ପତ୍ର ଖାଇ ବଢୁଥିଲେ !! ତମ ଗାଆଁ ରେ କେତେ ଛେଳି ଥିଲେ ମନେ ପକା ! ତୁ ତ ଦଶ ବର୍ଷ ମୋତେ ଦେଖିଛୁ ହେଲେ ମୁଁ ତିନିଶହ ବର୍ଷ ତୁମ ଗାଆଁ ଲୋକଙ୍କ ସେବା କରିଛି ବିନା କିଛି ସ୍ୱାର୍ଥ ରେ !! ହେଲେ ଶେଷରେ କଣ ହେଲା ମୋ ଅବସ୍ଥା ! ସିଧା ରାସ୍ତା ତିଆରି ଲାଗି ମୋତେ ମୋ ଜୀବନ ଦବାକୁ ପଡିଲା !! ଏଇଟା କଳିଯୁଗ ଏଠି ଭଲ କାମ କଲେ ଯେ ଭଲ ଫଳ ମିଳିବ ଭାବିବା ଭୁଲ୍ ! ସତ ଏହିଯେ ଏଠି ଖରାପ କାମ କରୁଥିବା ଲୋକଙ୍କୁ ଭଲ ଫଳ ମିଳେ ! ଅପରାଧୀ କୁ ପୁରସ୍କାର ମିଳେ !! ବଡ ପାଟି କରି ପାରିଲେ ସଭାରେ ଯେତେ ମିଛ କହିବ ସେତେ ଫୁଲ ମାଳ ମିଳିବ!! 

ଶେଷରେ ଚିଆର ବରଗଛ ଆଖିରୁ ଲୁହ ଗଡେଇ ପୁଣି କହିଲା ମତେ ଯେତେବେଳେ ମୋ ମୁଳରେ ବସୁଥିବା ଲୋକ ମାନେ ହାଣିଲେ ମତେ ବୋହୁତ ବାଧିଲା !!କାରଣ ସେଇ ଲୋକ ମୋ ମୁଳରେ ତିରିଶି ଚାଳିଶି ବର୍ଷ ଖେଳି ଥିଲେ ,ବସିଥିଲେ!! 

   ଚିଆର ବରଗଛର ବେଦନା ଭରା କାହାଣୀ ନସରୁଣୁ ନିଦଟା ଭାଙ୍ଗି ଗଲା କାରଣ ମୁ ମୋ ଘରେ ଶୋଇଥିଲି ଆଉ ଚିଆର ବରଗଛ ତ ମୋ ପିଲାବେଳର ସାଥୀ ଆମ ଗାଆଁ ପୋଖରି କୂଳର ଗଛ ଚମକି ପଡି ଉଠିଲି !! ବସି ଭାବିଲି ସ୍ୱପ୍ନର ଆମୁଳ ଚୁଳ କାହାଣୀ ମତେ ଲାଗିଲା ମୋ ଦୁଃଖ କଷ୍ଟ ଦେଖି ବୋଧେ ମୋ ବାପା କି ମାଆ ସାହାସ ଦେବାକୁ ଆସି ଥିଲେ ଏଇ ଚିଆର ବରଗଛ ରୁପରେ !! କାରଣ ଚିଆର ବରଗଛତ ଦଶ ବର୍ଷ ତଳୁ କଟା ସରିଛି !! ବୁଝି ପାରିଲି କାହା ଉପରେ ଭରସା ରଖିବା ଭୁଲ୍ !! କାହାଠୁ କିଛି ପାଇବା ଆଶାରେ ତା ପ୍ରତି କିଛି କରିବା ଆହୁରି ଭୁଲ୍ !! ପାଣିର ଧର୍ମ ସେ ତଳକୁ ଗଡିବ ହିଁ ଗଡିବ !! କେହିବି ତା ଗତିପଥ ରୋକି ପାରିବନି !! ମଣିଷ ଯେଉଁଠି ସ୍ୱାର୍ଥ ପାଇବ ସେଇଠିକୁ ଧାଇଁବ ସ୍ୱାର୍ଥ ନଥିଲେ କେହି ଏଠି କାହାର ନୁହେଁ!!

ଚିଆର ବରଗଛ ମୋତେ ବହୁତ ବଡ ଶିକ୍ଷା ଦେଇ ଚାଲିଗଲା !!

       ଚାନ୍ଦବାଲି  , ଭଦ୍ରକ୍

Related posts

ଭବାନୀପାଟଣା ଠାରେ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Sunil Chandra Nayak

ଗଣେଷ ପଣ୍ତା ବଡକୁଟୁରୁ ଗ୍ରାମପଞ୍ଚାୟତର ସରପଞ୍ଚ ଆସନ ଅଳଙ୍କୃତ କଲେ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ସ୍ୱର୍ଥାନ୍ଧକୁ ନାସ୍ତିକ କହେ ମୋ ଅଭିଧାନ

Sunil Chandra Nayak

Leave a Comment

error: Content is protected !!