ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସାମ୍ବାଦିକ ସଙ୍ଘ ବୈଠକ

କୋଷାଗୁମୁଡା,୧୩/୦୯(ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବି.ଏମ.ସେମଳା ପଞ୍ଚାୟତର ଡାଡିଆମାଝୀଗୁଡା ନର୍ସରିଠାରେ ଆଜି ବ୍ଲକ ସାମ୍ବାଦିକ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ସଂଘର ସଭାପତି ସମରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଆଜିକା ଦିନରେ ସମ୍ବାଦ ପରିବେଷଣର ଆବଶ୍ୟକତା, ସାମ୍ବାଦିକଙ୍କ ଭବିଷ୍ୟତକୁ ନେଇ ଆଲୋଚନା କରଯାଇଥିଲା । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସମାଜ ପ୍ରତି ସାମ୍ବାଦିକ ମାନଙ୍କ ରହିଥିବା ଦାୟିତ୍ଵ ଉପରେ ଆଲୋଚନା କରଯାଇଥିଲା । ଆଜିର ବୈଠକରେ ବ୍ଲକ ସମ୍ପାଦକ ପ୍ରସାଦ ବିଶୋଇ, କୋଷାଧକ୍ଷ ଭବାନୀ ଶଙ୍କର ପଣ୍ଡା, ଜଗନ୍ନାଥ ନାୟକ, ବିଜୟ ରାଉତରାୟ, ବିହାରକାନ୍ତ ପଟ୍ଟନାୟକ, ପ୍ରସାଦ ବିଷୋଇ, ପିଣ୍ଟୁ ସିଂ, ବାବୁଲି ଗାଣ୍ଡା, ବିଶ୍ୱନାଥ ବିଶୋଇ, ଉତ୍ପନ ଟାକ୍ରି, ମୋହିତ ଜୈନ, ସୁଧାଂଶୁ ପ୍ରଧାନ ଓ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଗର

ଲୁହାପାଇପ ଚୋରି କରୁଥିବା ସମୟେ ଚୋରକୁ ଧରିଲେ ପୋଲିସ ଓ ଗ୍ରାମବାସୀ

Sunil Chandra Nayak

କଂକ୍ରିଟ ରାସ୍ତା ଖାଇଗଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!