ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ସମବେଦନାର ଭାବ

ସମବେଦନାର ଭାବ

                            ମାମି ପାତ୍ର

ଦେଖ ଦେଖ ସଭିଏଁ ବାଳୁତ କୁକୁର
ବୁଲୁଥିଲା ତା ମାଆ ସାଥେ
ମାଆ ଯେ ତା’ର ଛାଡି ଦେଇ ତାକୁ
ଡ଼ଲାସରେ କୁଆଡେ ଚାଲି ।
କୁଆଡେ ଥିଲେ ମାଡିଯେ ଆସିଲେ 
ଅନେକ ଶ୍ଵାନ ମାରିଦେବା ପାଇଁ ତାକୁ
ଜୀବନ ବିକଳେ ଖସି ଆସି ସେଠୁ
ଲୁଚିଗଲା ସେ ଜଡ଼ା ଗଛ ମୂଳେ।
ମାଆ କ୍ଷୀର ସେତ ଖାଇବା ପାଇଁ ସେ
କେତେ ଯେ ବ୍ୟାକୁଳ ହେଲା
ଭୋ ଭୋ ରବି ଛାଡ଼ିଲା ଶ୍ଵାନିଟି
ହେଲେ ମାଆକୁ ପାଇଲା ନାହିଁ।
ଜଡ଼ା ଗଛ ମୂଳେ ଶ୍ଵାନଟି କାନ୍ଦିଲା
ଭାଗ୍ୟକୁ ତାର କରିଲା ନିନ୍ଦା
ଜଡା ଗଛ ତାକୁ ପଚାରିଲା ଥରେ
କାହିଁକି କାନ୍ଦୁଛୁ ମୋ ଗଛ ମୂଳେ ।
ଶ୍ଵାନଟି କହିଲା ବାଳୁତ ମୁଁ ଯେ
ଜାଣିନାହିଁ ଭଲ ମନ୍ଦ
ମାଆଟି ମୋର ଛାଡ଼ିଗଲା ମୋତେ
କାହାପାଖେ ମୁଣ୍ଡ ଗୁଞ୍ଜିବି ମୁହିଁ।
ଛାତ ଯଦି ମୋତେ କରିଦେବି ପର
କିଏ ହେବ ମୋ ଜୀବନ
ସ୍ନେହ ମମତାର ବଞ୍ଚିତ ହେଲି ମୁଁ
କିଏ ବା କରିବ ମୋତେ ନିଜର।
ଜଡ଼ା ଗଛ ତା’ର ସବୁ କଥା ଶୁଣି
କହିଲା ଶ୍ଵାନକୁ ତାର
ଡର ନାହିଁ ମୁଁ ଯେ ଅଛି ତୁମ ସହିତ
ଏସଂସାର ପରା ବିଶାଳ ଅଟଇ
କଷଟି ପଥର ଜୀବନ ଆମର
ଏଇତ ବଞ୍ଚିବାର ଧାର।
 
ଛୋଟ ଗଛଟିଏ ଅଟଇ ଯେ ମୁହିଁ
ଝଙ୍କାଳିଆ ବେଶୀ ନୁହେଁ
ବଢିବା ପାଇଁ ସମୟ ଲାଗିବ
ଅପେକ୍ଷା କରିବାକୁ ହେବ ଆମକୁ।
 
କୁକୁର ଟି ତାର ଗଛକୁ କହୁଛି
ଏଠି ସମସ୍ତେ ନିଜ ପାଇଁ ନିଜେ ବଳିୟାର ଭାବ
ନିଜ ସ୍ବାର୍ଥ ପାଇଁ ଅନ୍ୟର ଜୀବନ ଆହୁତି ଦିଅଇ
ଦିନକୁ ଦିନ ପରିବର୍ତ୍ତନ ଏ ସଂସାର।

ମାମି ପାତ୍ର

ତିହିଡି, ଭଦ୍ରକ

Related posts

କବିତା – ଯବନିକା ପତନ ପରେ

Sunil Chandra Nayak

ଅସହାୟଙ୍କ ପାଇଁ ଅପହଞ୍ଚ ସାମାଜିକ ସୁରକ୍ଷା ଯୋଜନା 

ଦୁଇ ଦିବସୀୟ ଵାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ରାଇରଙ୍ଗପୁର ଷ୍ଟାଡିୟମରେ ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!