ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ଏକାନ୍ତ ଆକାଶର ଜହ୍ନ

ଏକାନ୍ତ ଆକାଶର ଜହ୍ନ

ସେ ଦିନ ମୋ ଏକାନ୍ତ ଆକାଶରେ
ଜହ୍ନ ଉଇଁଥଲା 
କଳା ହାଣ୍ଡିଆ ମେଘ ଭିତରୁ
ସତରେ ଯେମିତି ଉଭୁରି ପଡୁଥଲା
ସୁନାପୁଅର ରୂପାଥାଳୀ ପରି ନିଟୋଳ
ବେଶ୍ ଚକ୍ ଚକ୍ ଚନ୍ଦ୍ର ଉଦିଆ
ଠିକ୍ ଭୋଦୁଅ ଆକାଶର ଜହ୍ନ |
ଉଜାଣିଆ ମେଘଭର୍ତ୍ତି 
ଆକାଶରେ ଫୁଟିଗଲେ 
ଅନେକ ଖୁସିର ତାରାଫୁଲ
ବଉଦର ରଙ୍ଗ ବି ବଦଳିଗଲା
ସାଥିରେ ଅପୂର୍ବ ବିରଚନ…
ବେଳା ଭୂମି …ଯୋଡି ଯୋଡି ପାଦ
ନିର୍ଝର ସମୁଦ୍ର , ପଦ୍ମବନ ଭୃଙ୍ଗ,
ପ୍ରଜାପତି ପୁଷ୍ପରାଗ,
ନାଆ ନାଉରିଆ.
ବୀଚି ବିହଙ୍ଗମ,
ଆହୁରି କେତେ କଣ |
ଠିକ ଭୁଲ ବିବେଚନା ନ କରି
ନୈତିକତା ବୋଧ ରେ ବାଧ୍ୟ ନ ହୋଇ
ଉଚିତ ଅନୁଚିତ ର ପରିପାଖ ଡେଇଁ
ଖୁଵ ଭିଜିଲି ସେ ଖଇପକା କିରଣ ରେ
ବୋଝ ପରି ଲାଗୁ ଥିବା ସମୟ ବି ବେଶ୍
ହାଲ୍କା ଆଉ ମନ ବି ଫର୍ଚ୍ଚା,
ଅନେକ ସତେଜ ସକାଳ,
ଚହଳ ହଜା ଅନ୍ଧାର ତରଳି ଗଲା
ଏବେ ଖାଲି ପୁନେଇଁ ଆଉ ପୁନେଇଁ
ଖୁସି ମନେଇବାର ବେଳ.
ହେଲେ ଜହ୍ନ ତ ଶାପ ଗ୍ରସ୍ତ
ଜୋଛନା ତାର ଉଧାର ର
କଣ୍ଟ ଦେଇ ଆଣିଛି ଲୋଟାଇବ ବୋଲି,
ତାକୁ ସରିବାକୁ ହୁଏ ଚନ୍ଦ୍ରିକାର ଧାରେ ଧାରେ
କ୍ଷୟ ପକ୍ଷର ସୁରେ ସୁରେ,
ହଜି ବାକୁ ହୁଏ ଅମା ରାତ୍ରୀ ରେ 
ମରମ ଜଳା ଝିଙ୍କାରୀ ର ଝିଁ ଝିଁ ଶବ୍ଦ ସାଥିରେ..
 ଆତ୍ମହତ୍ୟା ତା ଭାଗ୍ୟାଲେଖ ସମୟର ଘାଇରେ |
ବେଶ୍ ଭିଜି ଭଜି
 ଗୋଟା ପଣେ 
ତରଳିଲା ବେଳେ…
ବାଦଲ ଫଟା ବର୍ଷା
କେଦାର ନାଥର ଦୁର୍ବିସହ କ୍ଷଣ
କାରୁଣ୍ୟ ର ଦଗ୍ଧ ଉପବନ…
ଜହ୍ନ ଯହିଁ ଦିବା ସ୍ୱପ୍ନ…
ଏବେ ଖାଲି ଆୟୁଷ ସଞ୍ଚିବାର ବେଳ
ଅସହଜ କୁ ସହଜ ମଣି
ଚାଲି ଶିଖିବା ବେଳ
ମିଛର ତାରା ମାନଙ୍କୁ
ଜିକ କରି ମୁହଁ ଯାକ ମାଖି
ଅଭିନୟ ଆପଣେଇବାର ବେଳ
ଦୁଃଖ ମାନଙ୍କୁ ତାଗିଦ କରି
ଲଗାମ ଦେଇ
ଦାନ୍ତ ନିକୁଟେଇ ବାର ବେଳ |

@ମିନତି ଦାଶ

ବାରିପଦା

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା ସେବା ଦାନ ଧର୍ମ

Sunil Chandra Nayak

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

Sunil Chandra Nayak

Leave a Comment

error: Content is protected !!