ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଚନ୍ଦାହାଣ୍ଡି,୧୫/୯(ମ ନି ସ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ସନ୍ଧିମୁଣ୍ଡା ଏବଂ ନୂଆପଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଗୋଦାମ ସମ୍ମୁଖରେ ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ସନ୍ଧିମୁଣ୍ଡା ଗ୍ରାମର ସାଇକେଲ ଆରୋହୀ ପୁନିତ ରାମ କେଉଟ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ l ବାଇକ ରେ ଥିବା ଜମାଦାରପଡା ଗ୍ରାମର ରୁଦ୍ର ମାଝି, ଦଶରଥ ହାତୀ, ଏବଂ ଅଡାର ହାତୀ ବାଇକରୁ ଛିଟିକି ପଡି ଆହତ ହୋଇଛନ୍ତି l ପାଖରେ ଥିବା ଲୋକମାନେ ଅଗ୍ନିଶମ ଗାଡିକୁ ଖବର ଦେବା ପରେ ଆହତ ମାନକୁ ଉଧାର କରି ଅଗ୍ନିଶମ ବାହିନୀ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି l ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l ଖବର ଲେଖା ହେବା ପର୍ଯ୍ୟନ୍ତ ଚନ୍ଦାହାଣ୍ଡି ଥାନାରେ କୌଣସି ଅଭିଯୋଗ କରାଯାଇ ନଥିବାରୁ ଘଟଣା ସ୍ଥଲକୁ ପୋଲିସ ପହଁଚି ନାହିଁ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଭଜନ

Sunil Chandra Nayak

ଗଛରେ ପିଟି ହେଲା ଆମ୍ବୁଲାନ୍ସ ୨ ମୃତ ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!