ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ବାଲେଶ୍ଵର,୧୬/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହରେ ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର, ଚେୟାରମ୍ୟାନ ଅଭିଲିପ୍ସା ସାହୁ, ବିଡିଓ ପର୍ଶୁରାମ ପଣ୍ଡା ଓ ବିଏସ ଏସ ଓ ସାଲିମା ରାଉତଙ୍କ ପ୍ରମୁଖ ଅନ୍ୟମାନେ ମଞ୍ଚାସୀନ ଥିଲେ । ପ୍ରଥମେ ମୁଖ୍ୟ ଅତିଥି ଭତ୍ତା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପରେ ପରେ ଅନ୍ୟ ମଞ୍ଚାସୀନ ଅତିଥି ମାନେ ମଧ୍ୟ ବଣ୍ଟନ କରିଥିଲେ । ଏଥିରେ ବହୁ ହିତାଧିକାରୀ ଯୋଗଦେଇ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଭତ୍ତା ଗ୍ରହଣ କରି ଆନନ୍ଦ ମନରେ ଘରକୁ ଫେରିଥିଲେ । ବିଧାୟକଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ହିତାଧିକାରୀ ମାନେ ବହୁ ପ୍ରଶଂସା କରିଥିବା ଜଣାଯାଇଛି । ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଵିଧାୟକଙ୍କ ଅଭିଭାଷଣ ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।।

Related posts

ଭବାନୀପାଟଣା ରେ ଅମୃତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ଵାରହା ମାଂସ ଜବତ: ୪ ଜଣ ଅଟକ,୨ ଫେରାର

Sunil Chandra Nayak

Leave a Comment

error: Content is protected !!