ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ରଂଜନ ଙ୍କ କବିତା ସ୍ବପ୍ନ ସୁନ୍ଦରୀ

  ସ୍ବପ୍ନ ସୁନ୍ଦରୀ

ପାହାନ୍ତି ସ୍ୱପ୍ନରେ ତୁ ଆସୁ ବୋଲି ତ
ମୁଁ ଏତେ ଡେରି ଯାଏଁ ଶୁଏ
ଧୂପର ଧୂଆଁରେ ଘର ବୋଳିହେଳା ପରେ,
ତୋ କେଶର ଜୁଈ ହେନା ବାସ୍ନା
ମୋତେ ବିମୋହିତ କରେ ।
ଶିଶିର କାକର ବିନ୍ଦୁପରି
ତୋ ଉନ୍ମୁକ୍ତ କବରୀର 
ବଳକା ଗାଧୁଆ ଜଳ
ଯେବେ ଖସି ଆସି ଛୁଇଁ ଯାଏ ମୋତେ
ମହମହ ମହୁଆ ବାସ୍ନାରେ 
ଖୁବ୍ ସତେଜ ଲାଗେ ମୋ ଅଳସ ସକାଳ
ତୋ ଓଠର ମଧୁର ସ୍ପର୍ଶ 
ଯେବେ ଛୁଇଁ ଯାଏ ମୋ ଗଣ୍ଡ ଦେଶ
ମୋ ଦିନର ଶୁଭାରମ୍ଭ
ବେଶ ସୁରୁଖୁରୁ ରେ ଚାଲେ।
କଫିର କପ ରେ 
ଯେବେ ଆଙ୍ଗୁଳି ବୁଡେଇ 
ମୋତେ ନିଦରୁ ଉଠେଇବାର 
ଯେଉଁ ରୀତିମତ ଫାଜିଲାମୀ କରୁ,
ଇଛା ହୁଏ ,
ଢେର ସାରା ଗାଳିଦେଇ
ତୋତେ ଚୁପ କରିବାକୁ ।
କିନ୍ତୁ, ତୋ ଦେହ ଦୋହଲା
ଖିଲି ଖିଲି ହସ ଦେଖି 
ଛାତି ଭିତର ଟା ପୁଣି ବିଭୋର ହୁଏ
କମ୍ବଳ ଭିତରେ ,
ଭାବେ ତୁ ସ୍ୱପ୍ନ ଟିଏ ନା ସତ ଟିଏ
ବୋଧହୁଏ,
ମୋ ଅଭିଶପ୍ତ ଜୀବନର 
ସମସ୍ତ ପୂଣ୍ୟର ପୁର୍ଣ୍ଣାହୂତି ଟିଏ।
         

          ରଶ୍ମି ରଂଜନ 

        ଆଖୁଆପଦା, ଭଦ୍ରକ

Related posts

ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

Sunil Chandra Nayak

ନର୍ଲା ବଳଭଦ୍ରେଶ୍ୱରଙ୍କ ଠାରେ ନବାନ୍ନ ଲାଗି ଶୁଭ ଲଗ୍ନ , ନର୍ଲା ଚଳଚଞ୍ଚଳ

Sunil Chandra Nayak

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

Leave a Comment

error: Content is protected !!