ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

ଉତ୍କେଲା,୧୯/୦୯, ମ ନି ସ,  କେସିଙ୍ଗା ଥାନା ଦେଓଗାଁ ପଞ୍ଚାୟତ ଅଧିନସ୍ତ ଜାମଜୋର ଗାଁ ର ବିଦ୍ୟାଧର ଶବର ଙ୍କ ମଝିଆ ପୁଅ ନେତ୍ରା ଶବର (୨୮) ସୋମବାର ସକାଳ ୧୧ ଟାରେ ନିଜ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଉତ୍କେଲା ଫାଣ୍ଡି ରେ ଅଭିଯୋଗ ବିଦ୍ୟାଧର ଶବର କରିଥିଲେ। ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ପାରିବାରିକ ଘରୋଇ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇ ଏପରି ଘଟଣା ହୋଇଛି ବୋଲି ଲୋକ ଲୋଚନରେ ଚର୍ଚ୍ଚା ହେଉଛି। ନେତ୍ରା ଶବର ଜଗନ୍ନାଥ ପୁର ରୁ ଛଅ ମାସ ତଲେ ବାହା ହୋଇଥିଲେ। ବାହା ହେବା ପରଠୁ ଦୁହେଁ ସ୍ବାମୀ ସ୍ତ୍ରୀ ମଧ୍ୟରେ ସଦାବେଲେ ବଚସା ହେଉଥିବା ର ଶୁଣିବାକୁ ମିଳୁଛି। ଶବ ବ୍ୟବଛ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିବା ଜଣାପଡିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଚାରି ଦଫା ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

ରଞ୍ଜନ କୁମାର ପଣ୍ଡା ଙ୍କ କବିତା ଏମିତି କାହିଁକି ପ୍ରଭୁ କରୁଛ

Sunil Chandra Nayak

Leave a Comment

error: Content is protected !!