ତେନ୍ତୁଳିଖୁ ଣ୍ଟି ୨୫/୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ମୁଖ୍ୟ ଯନ୍ତ୍ରୀ ଓ ସହକାରୀ ମୁଖ୍ୟ ଯନ୍ତ୍ରୀ । ଏହି ଗ୍ରସ୍ତ ସମୟରେ ଇନ୍ଦ୍ରାବତୀ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ରହି ଡାକ୍ତରଖାନା ରେ ଦେଖାଦେଉଥିବା ବିବିଧ ସମସ୍ୟାକୁ ନେଇ ଦୁଇ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଡାକ୍ତରଖାନା ବର୍ତମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ସମସ୍ୟା ହେଉଥିବା ଦୁଇ ଯନ୍ତ୍ରୀଙ୍କୁ ଏନେଇ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। ଡାକ୍ତରଖାନାରେ ପାନୀୟଜଳ ଓ ପାଇପ ଲାଇନ କାମ ଶୀଘ୍ର ସାରିବା ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସହକାରୀ ମୂୁଖ୍ୟଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀ କଥା ଦେଇଥଲେ । ତାସହ ଡାକ୍ତରଖାନାର ଥିବା ସମସ୍ତ ରୁମ ଓ ରୋଗୀମାନଙ୍କ ବେଡ଼ ତଦାରଖ କରିଥିଲେ । ଡାକ୍ତରଖାନା ର ଦୈନିକ ଖର୍ଚ୍ଚ ପାଇଁ ଆଜି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ପୋଡ଼ାଗଡ଼ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଗାମୀ ତିନି ମାସ ମେଡିକାଲ ର ଦୈନିକ ଖର୍ଚ୍ଚ କଥା ବୁଝିବେ ବୋଲି ସହକାରୀ ମୂଖ୍ୟ ଯନ୍ତ୍ରୀ କହିଥିଲେ। ଅଞ୍ଚଳବାସୀଙ୍କ ଦାବି ପରେ ଡେପୁଟେସନରେ ଆସିଥିବା ଡାକ୍ତର ପାଇଁ ରହିବାର ବ୍ୟବସ୍ଥା ନଥିବାରୁ ରାତିହେଲେ ଡାକ୍ତରଖାନା ରେ ରୋଗୀ ଚିକିତ୍ସା ପାଇ ପାରୁୁ ନାହାନ୍ତି। । ଡାକ୍ତରଖାନାରେ ବିନା ଡାକ୍ତର ଏବଂ କର୍ମଚାରୀ ରେ କେମିତି ବା ରୋଗୀଙ୍କ ରାତି କାଟିବ । ତେଣୁ ତୁରନ୍ତ ଡାକ୍ତରଙ୍କ ରହଣି ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଅଲଗା ଅଲଗା ଡଷ୍ଟବିନ ଓ ଡାକ୍ତରଖାନା ଚୂନ ମାରିବା ପାଇଁ ଦାବି କରିଥିଲେ ଅଞ୍ଚଳବାସୀ । ଏହାକୁ ନେଇ ମୂଖ୍ୟ ଯନ୍ତ୍ରୀ ଶତ୍ରୁଘନ ମହାରଣା ୧୫ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖାତିଗୁଡା ଅଞ୍ଚଳବାସୀଙ୍କୁ । ଏହି ସମୟରେ ପ୍ରକଳ୍ପ ଡାକ୍ତର ଖାନା ଚିକିତ୍ସା ଅଧିକାରୀ ଡାକ୍ତର ସୁନୀଲ ବାଗ ,ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦାଶିବ ଜାନି, ବାବୁନୁ ନାୟକ,ଚନ୍ଦ୍ର ଶେଖର ଦଳେଇ ,ଶେଖର ଖୁରା,ତେଜେଶ୍ଵର ଖିଲ ,ବାପି ରାଉତ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଦଶହରା ରୁ ଦୀପାବଳି ମଧ୍ୟରେ ଡାକ୍ତରଖାନା ର ସମସ୍ତ ସମସ୍ୟା ବିଶେଷ ଭାବେ ସିଭିଲ କାମ ସମାଧନ କରିଦିଆ ଯିବ। ଡାକ୍ତର,,ଷ୍ଟାଫ ନର୍ସ ଅଟେଣ୍ଡାଣ୍ଟ ଆଦି ସ୍ୱୀକୃତ ପଦବୀ ସ୍ୱାସ୍ଥ୍ୟ ବିଭାଗ କୁ ସମାଧନ କରିବାକୁ କଥା ହେବୁ ବୋଲି କହିଥିଲେ।
ଗୋବର୍ଦ୍ଧନସାହୁ ତେନ୍ତୁଳିଖୁଣ୍ଟି