ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଫୁଲ ମୁ ତୋଳୁଛି ଚନ୍ଦନ ଘୋରୁଛି
       ଧୂପ ଦୀପ ଦେଇ ପୂଜା
ପ୍ରାର୍ଥନା କରୁଛି ଭଜନ ଜଣାଣ 
     ପଥ ମୋର କର ତାଜା।
ତୂଳସୀ ଜଳକୁ ତୁଣ୍ଡରେ ପାଇକି
      ନିଜକୁ ମୁଁ ଧନ୍ୟହେଲି
ପ୍ରଭୁଙ୍କ ନାମରେ ପଥରେ ଆଗକୁ
     ଜପ କରି ମୁ ଚାଲିଲି।
ଚାହିଁ ଦେଲେ ବାନା ମନ ମୋ ପ୍ରଫୁଲ୍ଲ
       ହୃଦୟ ହେଲା ପବିତ୍ର
ସର୍ବାଂଗ ଶରୀର ସୁସ୍ଥ ହୁଏ ମୋର
     ଯାତ୍ରା ହୁଏ ମୋ ସ୍ବତନ୍ତ୍ର।
ଅବଢ଼ା ପ୍ରସାଦ ଆନନ୍ଦ ବଜାର
    ମୋର ଜୀବନ ଆହାର
ଦର୍ଶନ କରିଲେ ଗରୁଡ଼ ସ୍ତମ୍ଭରୁ
    ମୁକ୍ତି ପଥ ହବ ସାର।
ତୋ ନାମ ଖାଇଲେ ପାପ ସବୁ ଛାଡେ
     ଶାନ୍ତି ଆସେ ମୋ ପରାଣ
ହାତ ଯୋଡ଼ି କରି ଶରଣ ପଶୁଛି
     ଘେନ ମୋର ଏ ପ୍ରଣାମ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଆରୁ

Sunil Chandra Nayak

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

Leave a Comment

error: Content is protected !!