ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା 

ମୟୂରଭଞ୍ଜ ତା-୨୯/୮/୨୦୨୨:(ମସିହା)  ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ମହାବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ନିମନ୍ତେ ଏବିଭିପି ପକ୍ଷରୁ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି। ଏବିଭିପିର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ସଂଘଠନିକ ରାଇରଙ୍ଗପୁର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ସେଠି ନିଜର ଅଭିଭାଷଣରେ ରଖିଥିଲେ। ଏବିଭିପିର କାମ କ୍ୟାମ୍ପସରେ ବର୍ଷ ତମାମ ଚାଲିଥାଏ। ଜ୍ଞାନ, ଚରିତ୍ର, ଏକତା ଏବିଭିପିର ମୂଳମନ୍ତ୍ର। ପିଲାମାନଙ୍କର ବ୍ୟକ୍ତିତ୍ୱ ବିକାଶ ଦିଗରେ ଏବିଭିପି କାମ କରିଥାଏ। କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଅଧିକରୁ ଅଧିକ ବିଦ୍ୟାର୍ଥୀମାନଙ୍କୁ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ଯୋଡ଼ିହେବା ନିମନ୍ତେ ଆହ୍ବାନ କରାଯାଇଥାଏ। କ୍ୟାମ୍ପସ ୟୁନିଟ +୩ ସଭାପତି ଭାବେ ରାଜେଶ ଆଚାର୍ଯ୍ୟ, ଉପସଭାପତି ଭାବେ , ନମିତା ଗିରି,ପ୍ରୀତମ ମଣ୍ଡଳ, ସମ୍ପାଦକ ଭାବେ ରାକେଶ କୁମାର ମହାନ୍ତ, ସହ ସମ୍ପାଦକ ଭାବେ ପିଥ ସୋରେନ,ଲିଟୁ ବେହେରା,କ୍ୟାମ୍ପସ ୟୁନିଟ +୨ ସଭାପତ ଦେବାଶିଷ ଆଚାର୍ଯ୍ୟ ଉପସଭାପତି ଭାବେ ରୁଚିକା ସାମଲ, ପରମେଶ୍ୱର ବେହେରା ସମ୍ପାଦକ ଭାବେ ହରେକୃଷ୍ଣ ମହାନ୍ତ, ସହ ସମ୍ପାଦକ ଭାବେ ଲଷ୍ମୀ ସାହୁ, ଏହିପରି 70ରୁ ଉର୍ଦ୍ଧ୍ବ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ 150ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ। ଶେଷରେ ପିଲାମାନଙ୍କୁ ସମସ୍ତ ଦାୟିତ୍ୱ ନିମନ୍ତେ ଅବଗତ କରାଯାଇ ପିଲାମାନଙ୍କୁ କ୍ୟାମ୍ପସରେ ଏବିଭିପିର କାମ କରିବା ନିମନ୍ତେ ଆହ୍ୱାନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ସୁରା ର ପିଆଲା ସାଜି

Sunil Chandra Nayak

Leave a Comment

error: Content is protected !!