ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ ବିଲ୍ଵବରଣ

କୋକସରା,୧/୧୦- ( ମ ନି ସ)  ପାର୍ବଣ ଋତୁରେ ମା ଙ୍କ ଆଗମନରେ ଉତ୍ସବ ମୁଖର ହୋଇପଡ଼ିଛି ଧରାପୃଷ୍ଠ। ଆଜି ହେଉଛି ମା ଙ୍କ ଷଷ୍ଠୀ ପୂଜା। କୋକସରା ବ୍ଲକ ସ୍ତରୀୟ ଶାରଦୀୟ ଦୁର୍ଗାପୂଜା ପାଇଁ ଶନିବାର ଅଧିବାସ ସହ ବିଲ୍ଵବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶନିବାର ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ପୁଜାକର୍ତା ଜୟ ନାରାୟଣ ଶବର ସପତ୍ନୀକଙ୍କୁ ବାଟ ବରଣ କରିବା ପରେ ପଣ୍ଡିତଙ୍କ ଗହଣରେ ପଦ୍ମ ପୋଖରୀରୁ ପବିତ୍ର ଜଳ କଳସ ଧାରଣ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ବିଲ୍ଵବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରବିବାର ମା ଙ୍କ ମଣ୍ଡପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦୁର୍ଗାପୂଜା କମିଟି ର କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ପ୍ରଧାନୀ, ଉପ ସଭାପତି ରାମଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଗୋବର୍ଦ୍ଧନ ବାଗ, ସହ ସମ୍ପାଦକ ନବୀନ ନାଏକ ଏନେଇ ସୁଚନା ଦେଇଛନ୍ତି। ଏହାସହ ବ୍ଲକର ଟେମରା ଗ୍ରାମ ଠାରେ ମଧ୍ୟ କଳସ ଯାତ୍ରା ଅଧିବାସ ସହ ଦୁର୍ଗାପୂଜା ଆରମ୍ଭ ହୋଇଛି।

Related posts

ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

Sunil Chandra Nayak

ସାଇସୁରୁଣୀ ଛକ ଠାରେ ଗଣଧାରଣା ଓ ରାସ୍ତା ରୋକ

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

Sunil Chandra Nayak

Leave a Comment

error: Content is protected !!