ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ସପ୍ତମ ସ୍ବରୂପ ମାତା କାଳରାତ୍ରି

ଜଗନ୍ମାତାଙ୍କ ସପ୍ତମ ସ୍ବରୂପ

    ମାତା କାଳରାତ୍ରି

 

କାଳରାତ୍ରିମହାର୍ରାତ୍ରା
        ମୋହରାତ୍ରିଶ୍ଚ ଦାରୁଣା।
ତ୍ବଂ ଶ୍ରୀସ୍ତ୍ବମୀଶ୍ବରୀ ତ୍ବଂ
         ହ୍ରୀଂସ୍ତ୍ବଂ ବୁଦ୍ଧିର୍ବୋଧଲକ୍ଷଣା।

ଚେତନାର ସପ୍ତମ ଆୟାମରେ ସାଧକର ମନ ସହସ୍ରାର ଚକ୍ରରେ ସ୍ଥିତରହେ।ଏହି ଆୟାମର ଦେବୀ ହେଉଛନ୍ତି ମାତା କାଳରାତ୍ରି।ତାଙ୍କ ଶରୀର ରାତ୍ରିର ଘନ ଅନ୍ଧକାର ଭଳି କଳା,ଅତ୍ୟନ୍ତ ବିକରାଳ ରୂପ,ତାଙ୍କ ପ୍ରତ୍ୟେକ ଶ୍ବାସରୁ ଅଗ୍ନି ନିର୍ଗତ ହୁଏ,ଅତ୍ୟନ୍ତ ରୌଦ୍ରରୂପ ଅଲରା କେଶ,ଗଳାରେ ଲମ୍ବିତ ମାଳା ବିଜୁଳି ଭଳି ଚମକୁଥାଏ,ତିନିନେତ୍ର ବ୍ରହ୍ମାଣ୍ଡ ଭଳି ଗୋଲାକାର, ଚତୁର୍ଭୁଜା,ଗର୍ଦଭ ବାହନ ଯିଏ ସମସ୍ତ ଜୀବଜନ୍ତୁ ମଧ୍ୟରୁ ସବୁଠାରୁ ପରିଶ୍ରମୀ ଏବଂ ନିର୍ଭୟ ହୋଇ ନିଜ ଅଧିଷ୍ଠାତ୍ରୀଦେବୀଙ୍କୁ ନିଜ ପୃଷ୍ଠରେ ବହନ କରି ଏହି ସଂସାର ମଧ୍ୟରେ ବିଚରଣ କରେ।ମାତା କାଳରାତ୍ରିଙ୍କ ସ୍ବରୂପ ଭୟଙ୍କର ହେଲେ ମଧ୍ୟ ଭକ୍ତମାନଙ୍କ ପାଇଁ ସେ କରୁଣାର ପାରାବାର,ଶୁଭଫଳ ଦାୟିନୀ,ଅନ୍ତରାଳରେ ସେ ସ୍ନେହର ଭଣ୍ଡାର।ତେଣୁ ତାଙ୍କର ଅନ୍ୟନାମ ଶୁଭଙ୍କରୀ।କାଳ ଅର୍ଥ ସମୟ, ସଂସାରରେ ଘଟୁଥିବା ସମସ୍ତ ଘଟଣାର ସାକ୍ଷୀ ହେଉଛି ସମୟ,ରାତ୍ରି ଅର୍ଥାତ୍ ଗହନ ବିଶ୍ରାମ।ତନ,ମନ ଓ ଆତ୍ମା ସ୍ତରରେ ବିଶ୍ରାମ ବିନା ବିଶ୍ରାମରେ ଦୀପ୍ତିମନ୍ତ ହୋଇପାରିବ କିପରି?କାଳରାତ୍ରି ସେଇ ଗହନତମ ବିଶ୍ରାମର ସେଇସ୍ତରର ପ୍ରତୀକ ଯାହାଙ୍କଠାରୁ ଯୋଗୀ ମିଳେ।ଦେବୀ ଜ୍ଞାନ ଓ ତଟସ୍ଥା ପ୍ରଦାନ କରନ୍ତି।ସେ ମହାମାୟା, ମହାମାରୀ,ମହାକାଳୀ,କ୍ଷୁଧା,ତୃଷା,ନିଦ୍ରା, ଏକବୀରା,ଦୂରତ୍ୟୟା ବୋଲାନ୍ତି୍।

    ଦେବୀଙ୍କର ହସ୍ତରେ ଖଡ୍ଗ,ଲୌହ ଅସ୍ତ୍ର,ଅଭୟ ମୁଦ୍ରା ଓ ବରମୁଦ୍ରାରେ ରହନ୍ତି।ସେ ସମସ୍ତ ଆସୁରିକ ଶକ୍ତିର ବିନାଶ କରି ନିଜ ଭକ୍ତକୁ ଋଦ୍ଧି,ସିଦ୍ଧି ପ୍ରଦାନ କରନ୍ତି।ନବରାତ୍ରିର ସପ୍ତମ ଦିବସର ରାତ୍ରିକାଳରେ ତାଙ୍କର ଉପାସନା କରାଯାଏ କାରଣ ଏହି ସମୟ ଭକ୍ତଙ୍କ ପାଇଁ ଦେବୀଙ୍କ ଦ୍ବାର ଖୋଲା ରହେ ଏବଂ ନୟନତ୍ରୟ ମଧ୍ୟ ଖୋଲାରହି ଭକ୍ତ ଉପରେ କୃପାକଟାକ୍ଷ ପାତ କରାନ୍ତି।ତାଙ୍କ ଉପାସନା କଲେ କାଳଭୟରୁ ମୁକ୍ତ କରି କଲ୍ୟାଣର ମାର୍ଗ ପ୍ରଶସ୍ତ କରନ୍ତି,ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇ ସହସ୍ରାର ଚକ୍ର ଭେଦକରିବାର ସାମର୍ଥ୍ୟ ପ୍ରାପ୍ତହୁଏ,କ୍ରୋଧ ଉପରେ ବିଜୟ ଲାଭହୋଇ ସେମାନଙ୍କ ପାଇଁ କୌଣସି ଦୁର୍ଲଭବସ୍ତୁ ଅପ୍ରାପ୍ୟ ରହେନାହିଁ।

       ରାଧେକୃଷ୍ଣ……

                          ସତ୍ୟ ନାରାୟଣ ମହାପାତ୍ର

                                         ଭବାନୀପାଟଣା 

Related posts

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

Sunil Chandra Nayak

ମାଁ ମହାକାଳୀଙ୍କ ପୂଜା ଓ ଭୈରବ ଦେବଙ୍କ ଝାମୁଯାତ୍ରା ଅବସରେ କଳସ ଯାତ୍ରା 

Sunil Chandra Nayak

କପଡା ଦୋକାନରେ ସିଟି ଓ ଜିଏସଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!