ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

ହଜାର ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ରେ ଜେନା ଖାଲ ଠାରୁ ମନ୍ଦିର କୁ ଆସିଲେ ମାଆ ଦୁଆରସନୀ

ଧର୍ମଗଡ:୦୩/୧୦/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛିଲିପା ଗାଁ ଠାରେ ଥିବା ମାଁ ଦୁଆରସନି ଙ୍କ ପୀଠ ରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ରେ ମାଁ ଙ୍କ ଛତର ଯାତ୍ରା ଶେଷ ହୋଇ ଯାଇଛି।ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମା ଙ୍କ ପୂଜା କେବଳ ପ୍ରତୀକାତ୍ମକ ଭାବେ କରା ଯାଇଥିବା ବେଳେ ଚଳିତ ବର୍ଷ ଧୁମ ଧାମ ରେ ପରମ୍ପରା ଅନୁଯାୟୀ ପୂଜା କରାଯାଇଛି ।

ମହାଳୟା ଠାରୁ ଆରମ୍ଭ ହୋଇ ଥିବା ମାଁ ଦୁଆରସନି ଙ୍କ ଦଶହରା ଯାତ୍ରା ଆରମ୍ଭ ହୋଇ ଆଜି ଛତର ଯାତ୍ରା ରେ ସମାପନ ହୋଇଛି। ମହାଷ୍ଟମୀ ଦିନ ମାଁ ଙ୍କ ସନ୍ଧି ପୂଜା ସହ ଗ୍ରାମ ନିକଟସ୍ଥ ଜେନାବଳି ପାହାଡ ରେ ଡଙ୍ଗର ଚଘା ଉତ୍ସବ ପରେ ଗତକାଲି ମଧ୍ୟ ରାତ୍ର ରେ ଜେନା ଖାଲ ଠାରେ ବଳୀ ଦିଆଯାଇ ଜେନା ଖାଲ ନିକଟରୁ ମାଁ ଙ୍କ ଛତର ଝୁଲି ଝୁଲି ମନ୍ଦିର କୁ ପ୍ରବେଶ କରିଥିଲା। ଶୋଭା ଯାତ୍ରା ରେ ଘଣ୍ଟ ଦଳ,ଘୁମୁରା ଦଳ,ଆଦିବାସୀ ନୃତ୍ୟ ସହିତ ସ୍ଥାନୀୟ ଯୁବକ ମାନେ ବିଭିନ୍ନ ବାଦ୍ୟ ବଜାଇ ମାଆ ଙ୍କ ଛତର କି ମନ୍ଦିର ନିକଟ କୁ ପାଛୋଟି ଆଣିଥିଲେ । ଉପାନ୍ତ ଅଞ୍ଚଳ ହୋଇଥିବାରୁ ପଡ଼ୋଶୀ ଛତିଶ ଗଡ଼ ଅଞ୍ଚଳ ରୁ ସହସ୍ରାଧିକ ଭକ୍ତ ଏଠାରେ ଉପସ୍ଥିତ ରହି ଦୁଆରସନି ଙ୍କ ଛତର ଯାତ୍ରା ଦେଖିଥିଲେ ।

ଗ୍ରାମ ର ଝାଙ୍କର ଅଞ୍ଜଳି ମାଝୀ ଜେନା ପୂଝାରୀ, ପୂର୍ଣ୍ଣ ଚନ୍ଦ୍ର ମାଝୀ ମାଁ ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ଛିଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ,ଗ୍ରାମ୍ୟ କମିଟି ସଭାପତି ଟିକେରାମ ମାଝି, ଗଉନ୍ତିଆ ଅଜିତ କୁମାର ପଟଯୋଶୀ, ପୂଜା କମିଟି ସଦସ୍ୟ ଶରତ କୁମାର ପଟେଲ,ଆଶିଷ ପ୍ରଧାନି, ଦୟାନିଧି ପଟେଲ, ଯୁଗଲ ପଟେଲ, ଦିନେସ ରାଉତ, ବାଳକୃଷ୍ଣ ନାଏକ, ବିରେନ୍ଦ୍ର ପଟେଲ, କ୍ଷୀରାବ୍ଧି ସା, ରୋମାନ ସା,ଓ ସଙ୍କେତ ପ୍ରଧାନି ଏହି ୯ ଦିନ ଧରି ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ରାସୋଳ ମହୋତ୍ସବ ର ୨ୟ ସାଂସ୍କୃତିକ ସଂଧ୍ୟା:ନୃତ୍ୟ ଗୀତ ରେ ଦୁଲୁକିଲା ମଂଚ

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଖଡ଼ିଆଲ ହେଲଥକ୍ଲବ ସଦସ୍ୟ ଙ୍କ ଦ୍ବାରା ମାନସିକ ଗ୍ରସ୍ତ ଙ୍କ  ଶେଷ କୃତ୍ୟ

Leave a Comment

error: Content is protected !!