ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପରାଜିତା ପରିଡା ଙ୍କ କବିତା ଜୟ ମାଆ 

 

     ଜୟ ମାଆ 

ତ୍ରୟମ୍ବକେ ଗୌରୀ ମାଆ ଜଗଡ଼ମ୍ବେ
ଦୁର୍ଗେ ଦୁର୍ଗତି ନାଶିନୀ
ଆସ ମାଆ ଆସ ଅବତରି ଆସ
 ମାଆ ଶକ୍ତି ସ୍ୱରୂପିଣୀ…..
ଅଶିଣ ଲଗନେ ଶରତ ର ଶୋଭା
ସଜେଇ ପ୍ରକୃତି ରାଣୀ
ନାଚି କାଶତଣ୍ଡୀ ସ୍ୱାଗତ କରୁଛି ଆସ
ଆସ ମା ସିଂହ ବାହିନୀ….
ହସୁଛି ଧରଣୀ କେତେ ଫୁଲ ଫଳେ
ସବୁଜିମା ଭରା ବେଶ
ସୁନା ର ଫସଲ ଲହଡି ଭାଙ୍ଗୁଛି
ସତେ ମା ଲକ୍ଷ୍ମୀ ପଣତ…..
ନୀଳ ଗଗନ ରେ ମେଘ ମାଳ ମାଳ
 ଦୂର ଦିଗବଳୟ କୋଳେ
ମହକ ଛୁଟଇ ଗଙ୍ଗ ଶିଉଳି ତ
ମାଆ ଙ୍କ ର ଆଗମନେ…..
ନବ ଶକ୍ତି ରୂପେ ମୁରଣ୍ମୟୀ ଶୋଭିତା
 ସଂସାର ପାଳନ କର୍ତ୍ତି
ଦୁଷ୍ଟ ଶକ୍ତି ନାଶି ଧରମ ସଂସ୍ଥାପି
 ତ୍ରାହି କର ଏ ଧରିତ୍ରୀ…..
ଏଇ ସଂସାର ରୁ ନାଶି ଦିଅ ମାଆ
ଆସୁରିକ ଖଳ ଶକ୍ତି
ମହିଷାସୁର ର ପରି ପାପ ଗୁଣ
ଫେଡ଼ି ନିଅ ସଂସାର ରୁ….
ସବୁ ମଣିଷ ର ହୃଦୟ ରେ ଭାବ
 ସମ୍ବେଦନା ଭରିଦିଅ
ଜୟ ମାଆ ଅମ୍ବେ ଜୟ ଜଗଦମ୍ବେ
ସବୁ ଓଠେ ହସ ଦିଅ…..
ଆସ ଅବତରି ଧରା ରକ୍ଷା କରି
ନାଶ ପାପ ଅହଂକାର
ମାତୃ ରୁପେଣ ସଂସ୍ଥିତା ମାଆ ଅମ୍ବେ
ସଂସାରେ କଲ୍ୟାଣ କର 

ଅପରାଜିତା ପରିଡା

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

Sunil Chandra Nayak

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

Sunil Chandra Nayak

ଡୁମେରପଦର ବିଜେପି ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!