ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାନବମୀ ରେ କୁମାରୀ ପୂଜା

ରାଉରକେଲା/ ରାଉରକେଲା ସହର ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇଉଠିଥିବା ବେଳେ ଆଜି ମୃଣୟୀ ମୂର୍ତ୍ତି ଙ୍କ ନିକଟରେ ମହାନବମୀ ପୂଜା ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ କୋଏଲନଗର ସ୍ଥିତ ଡି ବ୍ଲକ ପୂଜା ମଣ୍ଡପ ଠାରେ କୁମାରୀ ପୂଜାର ଆୟୋଜନ କରାଯାଇଥିଲା । ପୂଜା କମିଟିର ସହ ସଂପାଦିକା ସ୍ବର୍ଣ୍ଣଲତା ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ପଣ୍ଡିତ ବିଭୁତି ଭୂଷଣ ରଥଶର୍ମା ଓ କର୍ତ୍ତା ଭାବେ ପ୍ରତାପ ବେଉରିଆ ଏବଂ ଇନ୍ଦ୍ରଜିତ ପଟ୍ଟନାୟକ ଯୋଗ ଦେଇ କୁମାରୀ ପୂଜନ କରିଥିଲେ । ଏହି ଅବସରରେ ୯ ଜଣ କୁମାରୀଙ୍କୁ ପୂଜା କରାଯାଇ ସେମାନଙ୍କୁ ଉପହାର ପ୍ରଦାନ କରାଯାଇ ସେମାନଙ୍କ ଠାରୁ ଆଶୀର୍ବାଦ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଶ୍ରୀକାନ୍ତ କୁମାର ପାଣି, କାର୍ଯ୍ୟକାରୀ ସଭାପତି ଗୌରୀଶଙ୍କର ମିଶ୍ର,ସଂପାଦକ ଦିଲ୍ଲୀପ ମହାନ୍ତି, ଆଦିତ୍ଯ ମହାନ୍ତି, ଆଲୋକ ଦାସ, ସସ୍ମିତା ପ୍ରଧାନ,ଧରିତ୍ରୀ ଦାସ, ରେଖା ପଟ୍ଟନାୟକ, ମନୋଜ ମଲ୍ଲିକ,ଭାରତୀ ବେହେରା,ସ୍ନେହଲତା ସାହୁ,ଭାରତୀ ରାଉତ,ଚନ୍ଦ୍ରା ରାଓ,ବିନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

Leave a Comment

error: Content is protected !!