Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଦୁଗର୍ତି ନାଶିନୀ ଦୁଃଖ ବିନାଶିନୀ by Sunil Chandra NayakOctober 5, 2022071 Share0 ଦୁଗର୍ତି ନାଶିନୀ ଦୁଃଖ ବିନାଶିନୀ ଦୁର୍ଗତି ନାଶିନୀ ଦୁଃଖ ବିନଶିନୀ ଜୟ ମାଆ ଦଶଭୁଜା, ଜୟ ଶିବେଶ୍ଵରୀ ଶୈଳସୂତା ଗୌରୀ ଭକ୍ତିରେ ବାଢ଼ୁଛି ପୂଜା। ଜୟ ମା ଶାରଳା ଜୟ ମା ବିମଳା ଜୟ ମା କଟକ ଚଣ୍ଡୀ, ଜୟ ମା ଅମ୍ବିକା ଜୟ ମା ଚର୍ଚ୍ଚିକା ଜୟ ମାଆ ରାମଚଣ୍ଡୀ। ମାତା କାତ୍ୟାୟନୀ ଶକ୍ତି ପ୍ରଦାୟିନୀ ଜୟ ମାଆ ବିରଜାୟୀ, ମୁକ୍ତି ପ୍ରଦାୟିନୀ ମାଆ ସମଲେଇ ତୁହିମା ମମତା ମୟୀ। ସୁନ୍ଦର ଦିଶୁଛି ଏ ମାଟି ବାସୁଛି ମାଆ ତୋର ଆଗମନେ, କାଶତଣ୍ଡି ଫୁଲ ହଲାଇ ଚାମର ଦୋଳାୟମାନ ପବନେ। ଶାର୍ଦ୍ଦୂଳ ପୁଷ୍ଠରେ ଆସିବୁ ମା ଦୂର୍ଗେ ନାଶିବୁ ଅଧର୍ମୀ ପାପୀ, ଦୁଃଖ ବିନାଶିବୁ ବିପଦ ହରିବୁ ସଂସାରେ ବିରାଜୁ ଶାନ୍ତି। ସବୁ ଦେବା ଦେବୀ ଶକ୍ତି ତୁହି ଘେନି ଆସିବୁ ମା ଅବତରି, ଅନ୍ୟାୟ ଅନୀତି କରିଦେ ମା ଦୂର ଦୁଃଖ ଯାଉ ଅପସରି। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍, ତିହିଡି , ଭଦ୍ରକ