ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଗୋଟିଏ ରାତିର ତାତି

ଗୋଟିଏ ରାତିର ତାତି

ଦୂର ଦିଗନ୍ତର ଭସା ମେଘ ତମେ
  ଠିକଣା ତୁମର ନାହିଁ
ଭାବନା ରାଜ୍ୟରେ ଭାବ ପ୍ରବଣ ମୁଁ
ତୁମରି ସାନ୍ନିଧ୍ୟ ପାଇଁ ।
ଚଳ ଚଞ୍ଚଳ ମୋ ଅଞ୍ଚଳ ଆଜି
  ଅଜାଣତେ ଯାଏ ଖସି
ବାଉଳା ବତାସ ବୟସରେ ବାସେ
 କନକଚମ୍ପାର କଷି ।
ଅନୁଢା ଅଙ୍ଗେ ଅଳସ ଭାଙ୍ଗେ
  ଆରବ୍ୟ ରାତ୍ରିର ମୋହ
ତନୁ ତଟିନୀର ତୀରେ ମୋର କିମ୍ପା
ସ୍ପନ୍ଦନ ଜ।ଗେ କୁହ ।
ଚମ୍ପା ଚିବୁକେ କୃଷ୍ଣ ଚିକୁର 
 ତିଳ ଚିହ୍ନର ଗାଲ
ମାୟା ନଗରୀର ମୋହିନୀ କନ୍ୟା
ଆଖିରେ ମୋ ଇନ୍ଦ୍ରଜାଲ ।
ରୁପା ତାରକସି ଜହ୍ନ ମୁ ବୁଣେ
 ପ୍ରଣୟ ଯୋଛନା ରେଣୁ
ର।କା ରଜନୀରେ ରତି ରଚି ପାରେ
ଶୁଣି କା ମୂର୍ଚ୍ଛନା ବେଣୁ ।
ଝରି ଝରି ଯାଏ ବଉଳ ବାସ୍ନା
 ସରି ସରି ଯାଏ ରାତି
  ତମରି ଛାତିର ତାତିରେ କେମିତି
 ଭିନ୍ନ ଏକ ଅନୁଭୂତି ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଯାଜପୁର ରୋଡ଼

Related posts

ଜିଲ୍ଲା ସ୍ତରୀୟ କୃଷିମେଳା ଅନୁଷ୍ଠିତ

ସାଲୁଙ୍କି ନଈରେ ଭାସି ଯିବା ଯୁବକର ଶବ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

Sunil Chandra Nayak

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!